କେଓମାଲ ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଳା ବ୍ଲକ  ଯୁରାବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ କେଓମାଲ ଉଚ୍ଚ ବିଦ୍ୟାଳୟରେ  ଭାଷା ଓ ସାହିତ୍ୟ ସୃନଶୀଳତା ଉତ୍ସବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ସଭାରେ ଯୁରାବନ୍ଧ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ସିଦ୍ଧେଶ୍ୱର ତାଣ୍ଡି, ଆଲୁମିନି କ୍ଲବ ସଭାପତି ଆଲୋକ କୁମାର ପଧାନ, ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ଗୁରାଣ୍ଡି ଅତିଥି ଭାବେ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନ ଅନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ବୃଦ୍ଧି ସକାଶେ ସାହିତ୍ୟ ସୃଜନୀ କ୍ଲବ ତରଫରୁ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଧାରିତ ମୋ କଥା ଓ ମୋ କାହାଣୀ, ପୁସ୍ତକ ସମୀକ୍ଷା ,କବିତା ଆବୃତ୍ତି,ଚିତ୍ରାଙ୍କନ ଆଦି ଅନୁଷ୍ଠିତ ହୋଇଥିବା ବେଳେ ଜିଜ୍ଞାସା କ୍ଲବ ତରଫରୁ ପରିବେଶ ଯୁବଗୋଷ୍ଠୀଙ୍କ ଖାଦ୍ୟାଭାସ ସମନ୍ୱିତ କୃଷି ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେହିପରି କୌଶଲୀ କ୍ଲବ ତରଫରୁ ଚାରୋଟି ସ୍କେଚ ପ୍ରକଳ୍ପ, କ୍ରୀଡାଙ୍ଗନ କ୍ଲବ ତରଫରୁ ନିଜ ବିଦ୍ୟାଳୟର ଇତିହାସ ସମ୍ବନ୍ଧୀୟ କାଗଜ ଫର୍ଦ୍ଦ ପ୍ରଦର୍ଶନୀ ହୋଇଥିଲା । କାର୍ଯ୍ୟକ୍ରମକୁ କଳା ଶିକ୍ଷକ ସୁଶାନ୍ତ ଭୋଇ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ, ଦୟାସାଗର ପାଣ୍ଡେ ,ଖେଳ ଶିକ୍ଷକ ନରସିଂହ ସ୍ଵାମୀ ନାଇଡୁ ସହାଯୋଗ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା । ସାହିତ୍ୟ ସୃଜନୀ କ୍ଲବକୁ ଚଳିତ ବର୍ଷର ଶ୍ରେଷ୍ଠ କ୍ଲବ ଭାବରେ ପୁରସ୍କୃତ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.