ନର୍ଲାରୋଡ ଦୁର୍ଗା ମନ୍ଦିରରେ ଭଜନ ସନ୍ଧ୍ୟା: ଶ୍ରୀରାମ ଲାଲାଙ୍କ ଭଜନରେ ଝୁମିଲେ ଭକ୍ତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଦୁର୍ଗା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଭଜନ ସଂଧ୍ୟା । ଦୁର୍ଗା ମାତା ସେବା ସମିତି ସଭାପତି ବିମଲ କୁମାର କେଡିଆ ଓ ସମ୍ପାଦକ ହମେଶ କୁମାର ଜୈନଙ୍କ ନେତୃତ୍ୱରେ ଏହି ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ବରିଷ୍ଠ ସଦସ୍ୟ ପୁରବ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ସଂକୀର୍ତ୍ତନ ପଧାନ, କମରଲାଲ ଜୈନ, ଶୁଭମ ଜୈନ, ଶୁଭମ ଅଗ୍ରୱାଲ, ମନୋଜ ଅଗ୍ରୱାଲ, ରାଜନ ସାହୁ, ନିକୁଞ୍ଜ ଓଝା. ଦୀପକ ଜେଠୁଆ, ସୁବାସ ସାହୁ, ଦୀପକ ଜୈନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନର୍ଲାରୋଡ ଦୁର୍ଗା ମନ୍ଦିର ପରିସରରେ ଭବ୍ୟ ଭାବରେ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ପ୍ରଥମେ ବିମଲ କୁମାର କେଡିଆ ଓ ତାଙ୍କ ସହଧର୍ମିଣୀ ପ୍ରଭୁ ଶ୍ରୀରାମ ଲାଲା, ବୀର ବଜରଙ୍ଗୀ ଓ ଦୁର୍ଗା ଫଟୋଚିତ୍ର ରଖି ପୂଜାର୍ଚ୍ଚନା କରିବା ସହିତ ହୋମ କୁଣ୍ଡରେ ଘୃତାହୂତି ପ୍ରଦାନ କରିଥିଲେ । ଉପସ୍ଥିତ ଶତାଧିକ ପୁରୁଷ ଓ ମହିଳା ଭକ୍ତ ହୋମ କୁଣ୍ଡରେ ଘୃତାହୂତି ପ୍ରଦାନ ସହ ମଙ୍ଗଳ ସୂତ୍ର ହାତରେ ବାନ୍ଧିଥିଲେ । ନର୍ଲାରୋଡର ଦୁର୍ଗା ମନ୍ଦିରର ସ୍ଥାୟୀ ପୂଜକ ଆହ୍ଲାବାଦର ପଣ୍ଡିତ ଅନୀଲ ଝିଙ୍ଗରା ପୁଜାର୍ଚ୍ଚନା ଓ ହୋମ କାର୍ଯ୍ୟ ସମାପନ କରିବା ପରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ରାୟପୁରର ବିଶିଷ୍ଟ କଣ୍ଠଶିଳ୍ପି ପ୍ରିୟାଂଶୁ ମିତ୍ତଲ ଓ ତାଙ୍କ ଟିମ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ଭଜନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଏତେ ଭାବ ବିହ୍ୱଳ କରିଥିଲା ଯେ ଉପସ୍ଥିତ ମହିଳା ଓ ପୁରୁଷ ଭକ୍ତ ମାନେ ଶ୍ରୀରାମ ଲାଲାଙ୍କ ଭଜନର ତାଳେ ତାଳେ ଝୁମିଥିଲେ । ଭକ୍ତିମୟ ଫଲ୍ଗୁଧାରାରେ ପରିବେଶ ମୁଖରିତ ହୋଇ ଉଠିଥିଲା । ଅଞ୍ଚଳର ବିଶିଷ୍ଟ ରାମ ଭକ୍ତଙ୍କ ମଧ୍ୟରେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ, ବିଶିଷ୍ଟ ଉଦ୍ୟୋଗୀ ମୋତିଲାଲ ଅଗ୍ରୱାଲ ଦମ୍ପତି, ୮୩ ବର୍ଷିୟ ଗୋବିନ୍ଦରାମ କେଡିଆ ଦମ୍ପତି, କହ୍ନେଇଲାଲ ଅଗ୍ରୱାଲ ଦମ୍ପତି, ନିତିଶ କୁମାର ଅଗ୍ରୱାଲ ଦମ୍ପତି, ସୀତାରାମ ଅଗ୍ରୱାଲ ଦମ୍ପତି, କିଶୋର କୁମାର ନାଏକ, ନରସିଂହ ମହାରଣା, ମୁକେଶ କୁମାର ଅଗ୍ରୱାଲ ଦମ୍ପତି, ନିକୁଞ୍ଜ ଦତ୍ତା ଦମ୍ପତି, ନିତିନ କୁମାର ଅଗ୍ରୱାଲ ଦମ୍ପତିଙ୍କ ସମେତ ନର୍ଲା ଓ ରୁପ୍ରାରୋଡର ଅନେକ ଦମ୍ପତି ଯୋଡି ଉପସ୍ଥିତ ରହିଥିଲେ । ଜୟ ଶ୍ରୀରାମ ଧ୍ୱନୀରେ କାର୍ଯ୍ୟକ୍ରମ ସ୍ଥଳି ଗୁଞ୍ଜରିତ ହୋଇଉଠିଥିଲା । ଏଥିରେ କମିଟି ସାମୁହିକ ଭଣ୍ଡାରାର ମଧ୍ୟ ବ୍ୟବସ୍ଥା କରିଥିଲା । କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.