ନର୍ଲାର ଚତୁର୍ଦ୍ଦିଗରେ ରାମମୟ ପରିବେଶ

ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଲା ଅଞ୍ଚଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଯୋଧ୍ୟାରେ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ରାମ ମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ନର୍ଲା ମଧ୍ୟ ଏଥିରୁ ବାଦ ପଡିନି । ଜାନୁୟାରୀ ୨୨ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଦିନ ଧାର୍ଯ୍ୟ ହେବା ପରଠୁଁ ନର୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଥିଲା ଜୟ ଶ୍ରୀରାମର ନାରା । ଅଞ୍ଚଳବସୀ ଚାତକ ପରି ଚାହିଁ ରହିଥିଲେ ଏହି ଦିନକୁ । ନର୍ଲାରେ ୨୧ ଜାନୁୟାରୀ ଦିନ ଠାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀରାମ ପୁଜନ, ଗାୟତ୍ରୀ ଯଜ୍ଞ, ରାମ ଲାଲାଙ୍କ ଭଜନ ପ୍ରଭୃତି କାର୍ଯ୍ୟକ୍ରମ ସ୍ଥାନେ ସ୍ଥାନେ ନ ଆୟୋଜିତ ହୋଇଥିଲା । ଏହି କ୍ରମରେ ନର୍ଲାରୋଡ ଦୁର୍ଗାମାତା ସେବା ସମିତି ପକ୍ଷରୁ ସଭାପତି ବିମଲ କେଡିଆ ଓ ହମେଶ ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବ ନିର୍ମିତ ଦୁର୍ଗା ମନ୍ଦିର ପରିସରରେ ୨୧ ଜାନୁୟାରୀ ସାରା ରାତି ଚାଲିଥିଲା ଶ୍ରୀରାମ ଲାଲା ଓ ବୀର ବଜରଙ୍ଗବଲିଙ୍କ ଭଜନ ଜଣାଣ ଓ ପ୍ରସାଦ ସେବନ । ସେହିଭଳି ୨୨ ତାରିଖ ମଧ୍ୟ ବିଶାଳ ଶୋଭାଯାତ୍ରା ଓ ନଗର ପରିକ୍ରମା । ନର୍ଲାର ରାମ କି ଟୋଲି ତରଫରୁ ପୁରବ (ମଣ୍ଟୁ) ଅଗ୍ରୱାଲ, ଗୋଲୁ ଖେତାନ, ପ୍ରସାଦ ଗାବଲି, ରାଜା ଅଗ୍ରୱାଲ, ଶୁଭମ ଅଗ୍ରୱାଲ, ଅନୁରାଗ ଖେତାନ, ବିଜୟ ଅଗ୍ରୱାଲ ପ୍ରମୁଖଙ୍କ ନେତୃତ୍ୱରେ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଓ ଯୁବ ଗୋଷ୍ଠି ବ୍ୟାନର ଓ ପତାକା ଧରି ଏକ ଭବ୍ୟ ଶୋଭାଯାତ୍ରାରେ ନର୍ଲା, ନର୍ଲାରୋଡ ପରିକ୍ରମା କରିବା ସହିତ ୩୦୦୦ ଲଡୁ ଡାକ୍ତରଖାନା, ବ୍ଲକ ଓ ବସଷ୍ଟାଣ୍ଡ ରେ ବଣ୍ଟନ କରିଥିଲେ । ହଜାର ହଜାର ଭକ୍ତ ସାମିଲ ହୋଇ ଶ୍ରୀରାମ ଭକ୍ତ ମଧ୍ୟ କରିଥିଲେ ବିଶାଳ ଶୋଭାଯାତ୍ରା । ଗୋହୀରାପଦର ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ସଭାପତି ଖୁଲୁରାମ ସାହୁଙ୍କ ନେତୃତ୍ୱରେ ଛତିକୁଡାରୁ ନର୍ଲା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ବିଶାଳ ବାଇକ ଶୋଭାଯାତ୍ରା । ଘଣ୍ଟମାଳରେ ସରପଞ୍ଚ ଦେବେନ୍ଦ୍ର ସାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ବିଶାଳ ଶ୍ରୀରାମ ପୁଜନ ଉତ୍ସବ । ସେହିଭଳି ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଶ୍ରରାମ ମନ୍ଦିର ପରିଚାଳନା ସମିତିର ସଭାପତି ଚୁଡାମଣି ମାଝୀଙ୍କ ନେତୃତ୍ୱରେ ବାଗପୁର ଶ୍ରୀରାମ ମନ୍ଦିରରେ ଚାଲିଥିଲା ଶ୍ରୀରାମ ପୂଜନ ଉତ୍ସବ । ହଜାର ହଜାର ସଂଖ୍ୟାରେ ସାମିଲି ହୋଇଥିଲେ ଗ୍ରାମର ଆବାଳ ବୃଦ୍ଧ ବନୀତା । ସେହିଭଳି ହିନ୍ଦୁ ସଂଗଠନ ବାନପୁର ତରଫରୁ ମଧ୍ୟ ବାଲିପଡା ରୁ ଏକ ବାଇକ ଶୋଭା୍‌ାତ୍ରା ଦଳ ବାହାରି ଭାନପୁର ପରିକ୍ରମା କରି ମ.ରାମପୁର ଶ୍ରୀରାମ ମନ୍ଦିରରୁ ମଶାଲ ନେଇଆସିଥିଲେ । ନର୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ରୁପ୍ରାରୋଡରେ ମଧ୍ୟ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା ଶୋଭାଯାତ୍ରା । ବାଣ ଫୁଟାଇ, ଅବିର ବୋଳି ହୋଇ ନାଚଗୀତ କରି ଜୟ ଶ୍ରୀରାମ ଧ୍ୱନି ଦେଇ ଅନୁଷ୍ଠିତ ହୋଇଥିଲା ନଗର ପରିକ୍ରମା । ସେହିଭଳି କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଓ ଚକ୍ରଧର ସାଙ୍କ ନେତୃତ୍ୱରେ ସର୍ଗିଗୁଡାରେ ମଧ୍ୟ ଶ୍ରୀରାମ ଲାଲାଙ୍କ ନଗର ପରିକ୍ରମା ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିଭଳି ରୁପ୍ରା, ଖମପଡା, ସେରଗଡ, ତୁଳାପଡା, ବାଲସିଙ୍ଗା ପ୍ରଭୃତି ସ୍ଥାନରେ ଭବ୍ୟ ଭାବରେ ପାଳିତ ହୋଇଯାଇଛି ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ। ଶ୍ରୀରାମ ମୟ ହୋଇପଡିଚି ନର୍ଲା ଅଞ୍ଚଳ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.