ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ତମ ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ତତ୍ତ୍ଵାବଧାନରେ ସୋମବାର ୬୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ଦୁଇଟି ଅଧିବେଶନରେ ବିଭକ୍ତ କରାଯାଇଥିଲା।ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଉମାଶଙ୍କର ଦୀପ ସଭାପତିତ୍ବ କରିଥିବା ବେଳେ ଏହି ଅଧିବେଶନରେ ଜୟପାଟଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜାନକୀ ବାଣୁଆ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଯୁବ କବି ଡିଲେଶ୍ବର ରଣା ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ କଳାହାଣ୍ଡି ଟେମଲାଲ ଦୁବେ, ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ଗୋଷ୍ଠୀ ସାଧନା କେନ୍ଦ୍ର ସଂଯୋଜକ ଟିକେ ଚନ୍ଦ୍ର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପାଟଣା ସୁରେନ୍ଦ୍ର ମୋହନ ଯୋଷୀ, ରେଙ୍ଗାଲ ପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ପ୍ରମୁଖ ମଞ୍ଚାସିନ ରହି ଥିବା ବେଳେ ଦ୍ବିତୀୟ ବା ସାନ୍ଧ୍ୟ ଅଧିବେଶନ ସନ୍ଧ୍ୟା ୬.୦୦ ଘଟିକା ରେ ବିଦ୍ୟାଳୟ ର ଛାତ୍ରୀ ମଧୁସ୍ମିତା ସାହୁ ଙ୍କ ସଭାପତିତ୍ବରେ (ମୀନା ମଞ୍ଚ) ଆରମ୍ଭ କରାଯାଇଥିଲା। ଏହି ଅବସରରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ର କୁଳପତି କର୍ଣ୍ଣେଲ ଡଃ, ସଞ୍ଜୟ କୁମାର ଶତପଥୀ ମାଁ ମାଣିକେଶ୍ଵରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଯୋଗ ଦେଇଥିଲେ।

Udyog Nursery
Udyogi Nursery

ସେହିଭଳି ଭାବରେ ସମ୍ମାନିତ ଅତିଥି ଭାବରେ ସୁଶାନ୍ତ କୁମାର ଚୋପଦାର ଓ ଇଏସ, ବରିଷ୍ଠ ସମାଜସେବୀ ତଥା ପୂର୍ବତନ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ, ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବୀର ବାଗ, ଆନ୍ତର୍ଜାତିକ ପର୍ବତାରୋହୀ ନର୍ଲା ଯୋଗବ୍ୟାସ ଭୋଇ, ତଥା ବ୍ଳକ ଶିକ୍ଷା ଅଧିକାରୀ ଜୟପାଟଣା ପ୍ରେମ୍ ନାରାୟଣ ପଣ୍ଡା, ପ୍ରମୁଖ ମଞ୍ଚାସୀନ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଜୟପାଟଣା ବ୍ଲକ ସମ୍ବାଦ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ କୋକସରା ବ୍ଲକ ପ୍ରମେୟ ପ୍ରତିନିଧି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ମଞ୍ଚ ପରିଚାଳନା କରିଥିବା ବେଳେ ନବକିଶୋର ନାଏକ ସହଯୋଗ କରିଥିଲେ।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.