ଜୈ ମା ଦୂଆରଶିନୀ ରକ୍ତ ଦାନ ଶିବିର

ନୂଆପଡା,୧୫/୬ : ସଦର ବ୍ଲକ ମଡା ଅଂଚଳ ଧରମବନ୍ଧା ପଞ୍ଚାୟତରେ ଶୁକ୍ରବାର ରକ୍ତ ଦାନ ଦିବସ ଉପଲକ୍ଷେ ଜୈ ମା ଦୁଆରଶୀନୀ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଧରମବନ୍ଧା ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ କଲାର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସ୍ମିଥ ପରମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ

ସଦର ବ୍ଲକ ଅଧକ୍ଷା ଶ୍ରୀମତୀ ତରେଶ୍ୱରୀ ସାହୁ, ଜିଲ୍ଲା ମେଡିକାଲ ଅଧିକାରୀ ଯୋଶନାରାଣୀ ପଟ୍ଟନାୟକ, ବ୍ଲଡ଼ ବେଙ୍କ ଅଧିକାରୀ  ଲଳିତ ମୋହନ ବିଶି, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନୁଆଁ ଧରମବନ୍ଧା ଡ଼ା ସୁଜିତ କୁମାର, ଧରମବନ୍ଧା ଥାନା ଅଧିକାରୀ ଦିଲୀପ କୁମାର ଲାକ୍ରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

ଏହି ରକ୍ତ ଦାନ ଶିବିର ରେ ସର୍ବ ମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ବିଭିନ୍ନ ସମୟରେ ଯେଉଁ ଲୋକ ମାନେ ଅଧିକରୁ ଅଧିକ ରକ୍ତ ଦାନ କରୁଛନ୍ତି ସେମାନଙ୍କୁ  ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସକାଳେ ଧରମବନ୍ଧା ବିଦ୍ୟାଳୟ ର ଛାତ୍ରୀ ଛାତ୍ର ସଚେତନତା ଉଦେଶ୍ୟ ରଖି ଏକ ରେଲି ରେ ବାହାରି ନେହେରୁ ଛକ ପର୍ଯ୍ୟନ୍ତ ଯାଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ବିଶେଷ ଭାବେ ସମାଜସେବୀ ମନୋଜ କୁମାର ଡାଗା ଓ କିଶୋର କୁମାର ପରିଡା ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କମିଟି ର ସମ୍ପାଦକ ଗେନ୍ଦରାମ ସାହୁ, କୋଷାଧକ୍ଷ ଭରମଚନ୍ଦ ଜୈନ, ପୁସ୍କର ନାଥ କଲାର,ଶଶୀକାନ୍ତ କଲାର, ଆଶା ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.