ଗଜାନନ ଯୁବକ ସଂଘ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ରେଗଡା ଗ୍ରାମ ପଞ୍ଚାୟତର “ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା” ତରଫରୁ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଗଜାନନ ଯୁବକ ସଂଘ ର ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ଵରେ ପାଳିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଦୀପ୍ତିରାଣୀ ସାହୁ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ପ୍ରଥମିକ ବିଦ୍ୟାଳୟ ଭୋଇରମୁଣ୍ଡା ର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ବିଜେପି ଯୁବ ମୋର୍ଚ୍ଚା କର୍ଲାମୁଣ୍ଡା ବ୍ଲକ୍ ସଭାପତି ତଥା ସାମ୍ବାଦିକ ନବୀନ କିଶୋର ସାହୁ, ପୂର୍ବତନ ସରପଞ୍ଚ ରେଗଡ଼ା ସୁଶାନ୍ତ ପରିଡ଼ା, ୱାର୍ଡ ସଭ୍ୟ ଉସ୍ତ ସାହୁ, ସହାୟକ ଶିକ୍ଷକ ଲମ୍ବୋଦର ସାହୁ, ଅଙ୍ଗନୱାଡ଼ି କର୍ମୀ ଝିଲି ସାହୁ, ମାଧବୀ ସାହୁ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସ ପାଳନ ର ମହତ୍ତ୍ୱ ଓ ଯୁବ ପୀଢ଼ି ଆଗାମୀ ଦିନରେ ସସକ୍ତ ଭାରତ ନିର୍ମାଣ କରିବାକୁ ଆହ୍ଵାନ ଦେଇଥିଲେ। ଏହି ସାଧରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସଂଘର ସଦସ୍ୟ, ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର ର ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସଂଘର ସାଧାରଣ ସମ୍ପାଦକ ଅଶୋକ ସାହୁ କର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଅଙ୍ଗନୱାଡ଼ି କେନ୍ଦ୍ର ର ଛାତ୍ର ଛାତ୍ରୀ ଜାତୀୟ ସଙ୍ଗୀତ ଗାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.