ଓଡ଼ିଆ ବାର୍ତ୍ତା/ ତାଳଚେର: ୭୫ତମ ପବିତ୍ର ସାଧାରଣତନ୍ତ୍ର ଦିବସ ନାତିଡ଼ି ତାଳଚେର ର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଆମ ପଠଶlଳା, ଟେନ୍ତୁଲେଇ ଅଙ୍ଗନବାଡି କେନ୍ଦ୍ର ଓ ନାତିଡ଼ି ସରକାରୀ ପ୍ରଥମିକ ସ୍କୁଲରେ ପାଳିତ ହୋଇଯାଇଛି। ସମସ୍ତ ସଦସ୍ୟ ପ୍ରାତଃ ୬ଘଟିକା ସମୟରେ ଉତ୍ସର୍ଗ କଲ୍ୟାଣ ସେବାର ଏକତ୍ରିତ ହୋଇ ସାମୁହିକ ଜାତୀୟ ସଂଗୀତ ଗାନ ଏବଂ ଜାତୀୟତା ବାଦୀ ନାରା ପୂର୍ବକ ସଂଗଠନର ଉପଦେଷ୍ଟା ଶ୍ରୀଯୁକ୍ତ ସୁମନ୍ତ କୁମାର ବେହେରା (ଖଗ ଭାଇ)ଙ୍କ ଦ୍ବାରା ଜାତୀୟ ପତାକା ସମ୍ମାନ ପୂର୍ବକ ଉତ୍ତୋଳନ କରା ଯାଇଥିଲା ସଂଗଠନର ଉପଦେଷ୍ଟା ଶ୍ରୀରବି ବିଶ୍ୱାଳଙ୍କର ଜାତୀୟତାବାଦୀ, ସାଂଗଠନିକ ଦୃଢତା ସଂପର୍କୀତ ସାରଗର୍ଭକ ଉଦବୋଧନ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସେବାବ୍ରତୀ କରିବା ସହିତ ମାର୍ଗଦର୍ଶନ କରିବାରେ ସହାୟକ ହେବ। ସଂଗଠନର ପ୍ରତିଷ୍ଠାତା ସରୋଜ କୁମାର ସାହୁ,ହେମନ୍ତ ବେହେରା, ସିଂ ଭାଇ, ସୌମରଞ୍ଜନ ସାହୁ, ସଞ୍ଜୟ କୁମାର ବାରିକ, ଶିବ ସୁନ୍ଦର କର ଓ ଟେନ୍ତୁଲେଇ ଗ୍ରାମର ଅଙ୍ଗୱାଡି ଦିଦି ଓ ସହାୟକା ନୟନା ବେହେରା, ରଶ୍ମିତା ସାମଲ, ମମତା ମଞ୍ଜରୀ ଦାସ, ଜହ୍ନ ପଟ୍ଟନାୟକ, ଓ ପ୍ରତାପ ପଟ୍ଟନାୟକ (ସଭାପତି), ଦୁଃଶାସନ ବେହେରା (ସଂପାଦକ) ଓ ନାତିଡ଼ି ଗ୍ରାମର ଶଶାଙ୍କ ଶେଖର ସାମଲ (ସଭାପତି) ଓ ସ୍କୁଲର ପ୍ରଧାନ ଶିକ୍ଷକ ମୁରଲୀଧର ଗଡ଼ନାୟକ ଆଦି ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସକୁ ବଡ ଉତ୍ସାହର ସହ ପାଳନ କରିବା ସହିତ ମିଷ୍ଟାନ୍ନ,ଖାତା, ପେନ, କଲର, ବିସ୍କୁଟ, କେକ୍ ଗ୍ରହଣ ପୂର୍ବକ ଏକତା ଏବଂ ସ୍ନେହ ରେ ବାନ୍ଧି ହୋଇ ରହିବାର ଶପଥ କରିଥିଲେ।