ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଡୁଗାଁ ମାଧ୍ୟମିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୁଆ-ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟର ଉପାସକ କୃପାସିନ୍ଧୁ ପଣ୍ଡା, ଓଡ଼ିଆ କବି ସୁଶାନ୍ତ କୁମାର ଲେଙ୍କା, ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ, ପ୍ରଫୁଲ୍ଲ ମାଝୀ, କୋକସରା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଅଧ୍ୟାପକ ସଞ୍ଜୟ ପୁରୋହିତ ମଞ୍ଚ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତିର ଅସ୍ମିତା ଉପରେ ଆଲୋଚନା ହୋଇଥିଲା। ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରେମାନନ୍ଦ ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶଙ୍କର ସତନାମୀ, ଭାଗବତ କଟା, ପ୍ରଶାନ୍ତ ଯୋଶୀ, ଅଧ୍ୟାପିକା କଲ୍ୟାଣି ମହାନ୍ତି, ଗୀତାଞ୍ଜଳି ରାଉତ, ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ,ଭାରତ ଭୂଷଣ ଠାକୁର, ବିଭୁ ସାହୁ, ସତ୍ୟ ହଂସ,ଦିବାକର ଦୁର୍ଗା, ତୁଳସୀ ବାଗ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।