ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଙ୍ଗୋମୁଣ୍ଡା ବ୍ଳକ କପିଳେଶ୍ଵର ଯୁବକ ସଂଘ କାର୍ଯାଳୟ ଯୁରାବନ୍ଧ ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ସଂଘର ସଂପାଦକ ଲିଙ୍ଗରାଜ ପୋଢଙ୍କ ଆହ୍ବାନ କ୍ରମେ ସମାଜସେବୀ ବାଲାନନ୍ଦ ହଂସ ପତାକା ଉତ୍ତୋଳନ କରିଥିଲେ। ସଂଘର ସମ୍ପାଦକ ଲିଙ୍ଗରାଜ ପୋଢ ଭାରତକୁ ସ୍ବାଧୀନ କରିବାରେ ଯେଉ ସଂଗ୍ରାମୀମାନେ ଅପ୍ରାଣ ସାହସିକତା ଦେଖାଇ ଭାରତକୁ ସ୍ବାଧୀନ କରିଥିଲେ ସେମାନଙ୍କ ବଳିଦାନର ଗାଥା ଓ ଭାରତର ସମ୍ବିଧାନ ତିଆରିରେ ଡଃ. ଭୀମରାଓ ଅମ୍ବେଦକର ଙ୍କ ଅବଦାନ ଓ ସମ୍ବିଧାନରେ ଥିବା ନାଗରିକ ଅଧିକାର ଓ କର୍ତ୍ତବ୍ଯ ବିଷୟରେ ବକ୍ତବ୍ଯ ଉପସ୍ଥାପନ କରିଥିଲେ। ସଂଘ ର କାର୍ଯ୍ୟକାରୀ ସଭାପତି ମୋହନ ବାଗ, ସ୍କୁଲ ର ପ୍ରଧାନ ଶିକ୍ଷକ ଆନନ୍ଦ ସେଠି, ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ, ଡିଲେଶ୍ବର ପୋଢ, ନିର୍ମାଲ୍ଯ ବାଗ,ସୁରୁ ପୋଡ, ସୋନୁ ଛତ୍ରିଆ, , ବେଦ ହଂସ, ମାୟାଧର ପୋଢ, ସେନାପତି ପୋଢ, କୁଶ ଚିନାଗୁନ, ରାଚ ବଛା ଓ ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।





