ବୁଢ଼ୀପଦର ସ୍ଥିତ ରାମାନୁଜ ଏଗ୍ରୋଟେକରେ ପାଳିତ ହେଲା ହନୁମାନ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚୈତ୍ର ପୂର୍ଣ୍ଣିମାରେ ସାରା ଦେଶରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ପବିତ୍ର ହନୁମାନ ଜୟନ୍ତି। ଭଗବାନ ଶ୍ରୀ ରାମଙ୍କ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କର ପ୍ରେମ ଏବଂ ଆଶୀର୍ବାଦ ଜଣେ ବ୍ୟକ୍ତିଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରେ। ଶ୍ରୀ ହନୁମାନଙ୍କ ଜନ୍ମଦିନ ପ୍ରତିବର୍ଷ ଚୈତ୍ର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଯିଏ ତାଙ୍କର ଆଶୀର୍ବାଦ ପାଏ, ଦୁନିଆର କୌଣସି ଦୁଃଖ ଯନ୍ତ୍ରଣା ତାଙ୍କୁ ସ୍ପର୍ଶ କରିପାରେ ନାହିଁ। ଏହି ବିଶ୍ବାସ ନେଇ ଗୁରୁବାର ଦିନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଶ୍ରୀ ରାମାନୁଜ ଏଗ୍ରୋଟେକ୍ ଠାରେ ହନୁମାନ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାମାନୁଜ ରାଇସ ମିଲ୍ ପରିସରରେ ଥିବା ହନୁମାନ ମନ୍ଦିରରେ ଏନେଇ ସ୍ବତନ୍ତ୍ର ନିତି କାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ଅଞ୍ଚଳବାସୀ ଯୋଗଦେଇ ହନୁମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ରାମାନୁଜ ଏଗ୍ରୋଟେକ୍ ପରିଚାଳକ ଧିରେନ୍ଦ୍ର କୁମାର ଖେତାନ ଓ ଦିନେଶ କୁମାର ଖେତାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଅତିଥି ଭାବେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଡ଼ଃ ସୁବାଷ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ମାରୱାଡି ସମ୍ମେଳନର ଅଧ୍ୟକ୍ଷ ଶ୍ରବଣ କୁମାର ଅଗ୍ରୱାଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.