କୋକସରାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାରା ଭାରତ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ କୋକସରା ବ୍ଲକରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନକୁ କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ ପତାକା ଉତୋଳନ କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ନବୀନ କିଶୋର ପାଢ଼ୀ, ପୋଲିସ କର୍ମଚାରୀ, ଅଗ୍ନିଶମ ବାହିନୀ କର୍ମଚାରୀ, ବ୍ଲକ ପ୍ରଶାସନ, କୋକସରା ଡ଼ିଗ୍ରୀ ମହାିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ, ଜବାହର ଉଚ୍ଚ ବିଦ୍ୟାପୀଠର ଛାତ୍ରଛାତ୍ରୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିଶୁ ମନ୍ଦିରର ଛାତ୍ରଛାତ୍ରୀ, ସଂକଳ୍ପ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ, ମୋଟେର ଇଂଲିଶ ମିଡିଅମର ଛାତ୍ରଛାତ୍ରୀ, ଜନସାଧାରଣ ଉପସ୍ଥିତ ରହିଥିଲେ। ଛାତ୍ରଛାତ୍ରୀ ମାନେଦେଶାତ୍ମକବୋଧକ ନୃତ୍ୟ ପରିବେଷଣ,ସିଂଘମ ଡେନ୍ସ ଗ୍ରୁପ କଟକର ଦେଶାତ୍ମକ ବୋଧକ ନୃତ୍ୟ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା।ଗୁଡ଼ହାଣ୍ଡି ମଞ୍ଚରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷକୁ ସମ୍ମାନିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.