ନ୍ୟାୟପାଳିକା-୧୧ ଓ ଓକିଲ-୧୧ ଟିମ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍‌

ଓଳିଲ ଟିମ୍‌କୁ ହରାଇ ନ୍ୟାୟପାଳିକା ଟିମ୍ ବିଜୟୀ

ମ୍ୟାନ୍ ଅଫ ଦି ମ୍ୟାଚ୍ ହେଲେ ଜିଲ୍ଳା ଜଜ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଶୁକ୍ରବାର ରାୟଗଡା ନ୍ୟାୟପାଳିକା ଏବଂ ଓକିଲ ସଂଘ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କିକ୍ରେଟ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଉପକଣ୍ଠ ପିତାମହଲ ସ୍ଥିତ ସେଂଚ୍ୟୁରିଆନ୍ ବିଶ୍ୱବିଦ୍ୟାଳୟ ପରିସର ପଡିଆ ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ନ୍ୟାୟପାଳିକା ରାୟଗଡା-୧୧ଟିମ ବ୍ୟାଟିଂ ଆରମ୍ଭ କରିଥିଲେ। ୧୫ ଓଭରର ଏହି ମ୍ୟାଚରେ ନ୍ୟାୟପାଳିକ-୧୧ଟିମ୍ ୮ ୱିକେଟ୍ ପତନରେ ୧୬୭ରନ୍ ସଂଗ୍ରହ କରିଥିଲେ। ପରେ ଦ୍ୱିତୀୟ ଇନିଂସରେ ଓକିଲ ସଂଘ-୧୧ ଟିମ୍ ୧୬୭ରନକୁ ପିଛା କରି ୧୧୨ରନ୍ କରି ଅଲଆଉଟ ହୋଇଥିଲେ। ଏହି ମ୍ୟାଚରେ ମୁଖ୍ୟ ଆର୍କଷଣ ରହିଥିଲେ ଜିଲ୍ଳା ଜଜ୍ ସତ୍ୟନାରାୟଣ ଷଡଙ୍ଗି। ସେ ୩୯ରନ୍ କରି ୩ ୱିକେଟ୍ ନେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହେବା ସହ ବିଜେତା ଦଳ ଭାବେ ଟ୍ରଫି୍ ଗ୍ରହଣ କରିଥିଲେ। ସେହିପରି ରନର୍ସ ଅପ୍ ଟ୍ରଫି୍‌କୁ ଓକିଲ ସଂଘ-୧୧ଟିମ୍ ଗ୍ରହଣ କରିଥିଲେ। ନ୍ୟାୟପାଳିକା ଟିମ୍ କ୍ୟାପ୍‌ଟେନ୍ ଜିଲ୍ଳା ଜର୍ଜ ସତ୍ୟନାରାୟଣ ଷଡଙ୍ଗି ଏବଂ ଓକିଲ ସଂଘ-୧୧ଟିମ୍ କ୍ୟାପଟେନ୍ ଓକିଲ ଜଗନ୍ନାଥ ଦୋରାଙ୍କ ନେତୃତ୍ୱରେ ପଡିଆରେ ଖେଳାଳୀମାନେ ଉତ୍ସାହିତ ଅତିସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚକୁ ଶତାଧିକ କ୍ରିକେଟ୍ ପ୍ରେମୀ ଦେଖି ଖେଳାଳୀଙ୍କୁ ଉତ୍ସାହିତ କରି ଖେଳାଳୀଙ୍କ ମନରେ ଜୋସ୍ ଭରି ଦେଇଥିବା ବେଳେ ସେଂଚ୍ୟୁରିଆନ୍ ବିଶ୍ୱବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢୀଙ୍କ ସହଯୋଗରେ ସମସ୍ତ ପରିଚାଳନା ଅତି ସୁନ୍ଦର ଭାବେ କରାଯାଇଥିଲା।

ରାୟଗଡା ନ୍ୟାୟପାଳିକାର ପରିବାର ଅଦାଲତର ଜର୍ଜ ଅମୃତା ରଂଜନ ନନ୍ଦ, ଗ୍ରାମ୍ୟ ନ୍ୟାୟାଳୟ ଅଦାଲତ ବିଚାରପତି ଚନ୍ଦନ ଦୁବେ, ଜେଏମଏସଇ ରେଚିମିଲନ ପାତ୍ର, ରେଜିଷ୍ଟ୍ରାର ସୈାମ୍ୟରୂପ ସାହୁ, ଏଡିଜେ ଶ୍ରୀମତି ରୀନା ଚୈାଧୁରୀ, ପୋସକୋ ଅଦାଲତ ଜର୍ଜ ଶ୍ରୀମତି ସ୍ୱେତା ମିଶ୍ର, ସିଜେଏମ ମୀନାକ୍ଷୀ ପ୍ରିୟଦର୍ଶନୀ, ଏସଡିଜେଏମ ବର୍ଷା ଦାସ, ଡିଏଲଏସଏ ସଂପାଦକ ସାଗରିକା ପଣ୍ଡା, ମହିଳା ଅଦାଲତ ବିଚାରପତି ତଥା ଏଏସଜେ ଶ୍ରୀମତି ସୋନାଲି ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ଓକିଲ ସଂଘ ସଭାପତି ଦେବୀ ପଟ୍ଟନାୟକ, ସଂପାଦକ ବିଶ୍ୱନାଥ ଗନ୍ତାୟତ, ଜଗନମୋହନ, ନବ କାଂଟା, ବ୍ରଜ ସୁନ୍ଦର ନାୟକ, ସୁନୀଲ ନାୟକ, ମୋହନ ରଥ, ସୀତାରାମ ପାଣ୍ଡେ, ଉମାକାନ୍ତ ମିଶ୍ର, ପ୍ରଣତୀ ପାତ୍ର, ଦମୟନ୍ତି ମହାନନ୍ଦିଆ, ପ୍ରମୋଦିନି ମହାପାତ୍ର, ମଙ୍ଗଳମୂର୍ତି ବେଉରିଆ, ଶୁଭ୍ରା ପଣ୍ଡା, ବାବୁ ରାଜଗୁରୁଙ୍କ ସମେତ ଅନ୍ୟ ଓକିଲମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.