ପାତାଲଘୁଟକୁରୀ ଠାରେ ଭବ୍ୟ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ପାତାଲଘୁଟକୁରୀ ଠାରେ ଭବ୍ୟ ହନୁମାନ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ସାଂସଦ କଳାହାଣ୍ଡି ବସନ୍ତ ପଣ୍ଡା, ସାଂସଦ ମହାଶମୁନ୍ଦ ଚୂନ୍ନିଲାଲ ସାହୁ, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ବିଧାୟକ କସଢ଼ୋଲ ସନ୍ଦୀପ ସାହୁ, ଡ଼ୁମେରପାଣି ସରପଞ୍ଚ ଟେକରାମ ସାହୁ, ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲ, ଆମାନାରା ସରପଞ୍ଚ ଗଂଗେଶ୍ବରୀ ସିନ୍ହା, ସାରାବଙ୍ଗ ସମିତି ସଭ୍ୟା ଜାଗୃତି ସାହୁ , ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଅବସରରେ ବର୍ଷାଜୀ ନଗର ଉଜୈନର ଶ୍ରୀ ଶ୍ରୀ ୧୦୦୮ ମହାମଣ୍ଡଳେଶ୍ୱର ସାତ୍ଵୟୀ ଅର୍ଣ୍ଣପୂର୍ଣ୍ଣାପୁରୀ ଜୀଙ୍କର ଶ୍ରୀରାମ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ବିଶାଳ ହିନ୍ଦୁ ଶୋଭାଯାତ୍ରା ଖରିଆର ରୋଡ ରାମ ମନ୍ଦିରରୁ ବାହାରି ପ୍ରଥମେ ଖରିଆର ରୋଡ ପରେ ନୂଆପଡା ଏବଂ ସାରାବଙ୍ଗ ଠାରେ ନଗର ପରିକ୍ରମା କରି ପାତାଲଘୁଟକୁରୀ ଠାରେ ପହଂଚିଥିଲା। ପରେ ଲଗାତାର ୭ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଜନ୍ମଉତ୍ସବ, ଶ୍ରୀରାମ ବିବାହ, ହନୁମାନ ଚରିତ୍ର ଏବଂ ସୁନ୍ଦର କାଣ୍ଡ, ଭରତ ମେଳାପ, ଶ୍ରୀରାମ ରାଜ୍ୟଭିଷେକର କଥା ପ୍ରତିଦିନ ସନ୍ଧ୍ୟାରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରଵଚନ ମାଧ୍ୟମରେ ସାତ୍ଵୟୀ ମାତା ଶୁଣାଉଥିଲେ। ଏହି କାର୍ଯ୍ୟକ୍ରମ ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ ଏବଂ ଯୁବ ଆଇନଜୀବୀ ତଥା ଭେଟେରାନ ନେତା ଧନୀରାମ ସାହୁଙ୍କ ବାପା ସ୍ବର୍ଗୀୟ ଶ୍ରୀ ନାଥୁରାମ ସାହୁ ଏବଂ ମା ସ୍ବର୍ଗୀୟ ଶ୍ରୀମତୀ ହେମୀନ ସାହୁଙ୍କ ପ୍ରେରଣା ଦ୍ୱାରା ଓ ତାଙ୍କରି ସ୍ମୃତିରେ କରାଯାଇଥିବାର ଶ୍ରୀ ଧନୀରାମ ସାହୁ ପ୍ରକାଶ କରିଛନ୍ତି। ତେବେ ସମସ୍ତ ସାହୁ ପରିବାର ଏବଂ ପାତାଲଘୁଟକୁରୀ ଓ ଆଖପାଖ ଗାଁଲୋକେ ପ୍ରତିଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଉ ଥିଲେ। ଶ୍ରୀରାମଙ୍କ ନାମ, ସଂକୀର୍ତନ ଓ ଭଗବାନଙ୍କ ମଧୁର ଗାଥାରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଥିଲା। ଯୁବ ସମାଜସେବୀ ପ୍ରେମ ସାହୁ, ନରେନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ସାହୁ ଏବଂ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.