ବାପୁଜୀ କ୍ଲଷ୍ଟରରେ ଶିକ୍ଷଣ ସାମଗ୍ରୀ ମେଳା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବାପୁଜୀ କ୍ଲଷ୍ଟର, ଭବାନୀପାଟଣା ପକ୍ଷରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳୀମନ୍ଦିରପଡା ଠାରେ କ୍ଳଷ୍ଟର ସ୍ତରୀୟ “ନୂଆ ଆଶା ନୂଆ ଦିଶା” କାର୍ଯ୍ୟକ୍ରମର “ଶିକ୍ଷଣ ସାମଗ୍ରୀ ମେଳା” ନୂତନ ତଥା ପ୍ରଥମ କରି କ୍ଳଷ୍ଟରର “ପ୍ରାଚୀର ପତ୍ର ‘ଝରାଫୁଲ’ “, “ଚିତ୍ର ଗ୍ଯାଲେରୀ” ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶ୍ରେଣୀକୁ ଵିଶେଷ ଗୁରୁତ୍ୱ ଦିଆଯାଇ ସମସ୍ତ ତଥ୍ୟ କୁ ଉପସ୍ଥାପନା କରାଯିବା ସହିତ ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପର୍ଯ୍ୟନ୍ତ ଏକ ସାମଗ୍ରୀ ବହୁ ବିଷୟରେ ଉପଯୋଗୀତାକୁ ନେଇ ଶିକ୍ଷଣସାମଗ୍ରୀ, ପୋପେଟ, ଖେଳନା, ପ୍ରାଚୀର ପତ୍ରରେ ଥିବା ବିଷୟ ଗୁଡ଼ିକ ପ୍ରଦର୍ଶିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଉଦ୍ଘାଟକ ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଚୋପଦାର, ମୁଖ୍ୟ ଅତିଥି କୁମାର ଚୋପଦାର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମ୍ ଲାଲ୍ ଦୁବେ , ମୁଖ୍ୟ ବକ୍ତା ଵ୍ରଜମୋହନ ଉଚ୍ଚ ଵିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଷଷ୍ଠୀ ଝାଙ୍କର, ସମ୍ମାନୀତ ଅତିଥି ରୂପେ ଏବିଇଓ ତଥା ଵି.ଆର୍.ସିସି ଜୟକୁମାର ମାଝୀ, ଏବିଇଓଶ୍ରୀ ଜଗଦ୍ଦୀଶ ଚନ୍ଦ୍ର ମୁଣ୍ଡ, ଏବିଇଓ ହୃଷିକେଶ ନାଏକ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ବର ଚନ୍ଦ୍ର ବେହେରା ଓ ନୀହାରିକା ଦେବୀ ସମେତ ଶିକ୍ଷାଵିତ୍ ମକର ଧ୍ବଜ ରାଉତ ସମେତ ମଞ୍ଚାସୀନଥିବା ବେଳେ ଅଭିଭାବକ ଓ କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଏସ.ଏମ୍ ସି ସଦସ୍ୟମାନେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏଥିରେ ୫୦୦ ରୁ ଅଧିକ ଶିକ୍ଷଣସାମଗ୍ରୀ ସହିତ ସିଆର୍ ସିସିଙ୍କ କ୍ଳଷ୍ଟରର ତଥ୍ୟ ସହିତ ସରକାର ଙ୍କ ଦ୍ୱାରା ପ୍ରଦତ୍ତ ଏଫ୍ ଏଲ୍ ଏନ୍ କିଟ୍ ଓ ନୂତନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଶିକ୍ଷକ ମାନେ ଵୁଝି ଦୈନନ୍ଦିନ ଜୀବନରେ ଆସୁଥିବା ସମସ୍ୟା ସମାଧାନ କରାଇବା ସହିତ ଶିଶୁମାନଙ୍କୁ ଦକ୍ଷ କରାଇବା ପାଇଁ ଅଧିକ ରୁ ଅଧିକ ଶି. ସା ର ଵ୍ଯବହାର କରି ଶିଶୁଙ୍କ ଶିକ୍ଷଣ କୁ ନିଶ୍ଚିତ କରିବାକୁ ପ୍ରାଧାନ୍ୟ ଦେବାକୁ ଶିକ୍ଷକ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ। ପ୍ରାରମ୍ଭିକ ନୃତ୍ୟ ପରିବେଷଣ ଏହି ଵିଦ୍ୟା ଳୟର ଛାତ୍ରୀମାନେ କରିଥିଲେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା। କ୍ଳଷ୍ଟରରପ୍ରାୟ ସମସ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସହିତ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ସମ୍ମାନୀୟ ଅତିଥି ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ କାଳୀମନ୍ଦିରପଡା ପ୍ରଧାନ ଶିକ୍ଷୟିତ୍ରୀ ସାହିନା ରହମାନ୍ ସଭାପତିତ୍ବ କରିବା ସହ ଧନ୍ୟବାଦ
ଅର୍ପଣ କରିଥିଲେ ଏହି ସାହାଯାଦ୍ ଖାନ୍,ସୁପ୍ରଭା ପଟ୍ଟନାୟକ, ଛନ୍ଦିତା ଦାଶ,ଭାରତୀ ନାଏକ ସହ କ୍ଳଷ୍ଟର ମମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.