ସ୍ୱର୍ଗତ ଦେବିପ୍ରସାଦ ଚାନ୍ଦଙ୍କ ଦ୍ୱାଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବରିଷ୍ଠ ନାଗରିକ, ଧର୍ମପରାୟଣ ବ୍ୟକ୍ତି ସ୍ୱର୍ଗତ ଦେବୀପ୍ରସାଦ ଚାନ୍ଦଙ୍କ  ଦ୍ୱାଦଶାହ କାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ର ମନମୋହନ ଚାନ୍ଦ (କିଶୋର) ପିଣ୍ଡଦାନ ସହ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିଥିବା ବେଳେ ଦ୍ୱାଶହ କାର୍ଯ୍ୟରେ ନର୍ଲା ତଥା ଜିଲ୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଘରର ସମସ୍ତ ଯୋଇଁ, ଭଣଜାଙ୍କୁ ପ୍ରଥମେ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହାପରେ ଗଙ୍ଗାଭୋଜି ଅନୁଷ୍ଠିତ ହୋଇଥିଲା। ସ୍ବର୍ଗତ ଦେବୀପ୍ରସାଦ ଚାନ୍ଦ ନର୍ଲାର ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ। ଜଣେ ସୁ ସଙ୍ଗଠକ ଭାବରେ ତାଙ୍କର ବେଶ ସୁନାମ ରହିଥିଲା। ଯୁବକ ସମୟରୁ ଭାରତୀୟ ଜନତାପାର୍ଟିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସଙ୍ଗଠନ ପ୍ରତି ନିଷ୍ଠାବାନ ହୋଇ ନର୍ଲାରେ ବିଜେପି ସଙ୍ଗଠନକୁ ସୁଦୃଢ କରିପାରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ୧୫/୧ ସୋମବାର ମକର ସଂକ୍ରାନ୍ତି ଦିନ ନିଜ ବାସ ଭବନରେ ସକାଳ ୮.୫୦ ରେ ତାଙ୍କର ଦେହାନ୍ତ ହୋଇଥିଲା। ୧୦/୧୦/୧୯୩୪ ବିଜୟାଦଶମୀ ଦିନ ସେ ଜନ୍ମଲାଭ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୮ ଝିଅ ରତ୍ନମଞ୍ଜରୀ, ପୁଷ୍ପାଞ୍ଜଳି, ପଙ୍କଜିନୀ, ନିର୍ମଳା, ଆଶା, ସରିତା, ସୁନୀତା ଓ ତାଙ୍କ ପୁଅ ମନମୋହନ (କିଶୋର), ସଞ୍ଜୀବ, ମୃତ୍ୟୁଞ୍ଜୟ, ସୁକାନ୍ତ, ବୋହୁ ସବିତା ଓ ନାତି, ନାତୁଣୀ ପ୍ରାଚୀ, ସ୍ୱାଧି, ପ୍ରଭୋବ ପ୍ରମୁଖ ଉପସ୍ଥିତ ଥିଲେ। ଦ୍ୱାଦଶାହ କାର୍ଯ୍ୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଭବାନୀପାଟଣା ରାଜ ପରିବାରର ଭାରତ ଭୂଷଣ ଦେଓ, ଆଦିତ୍ୟ ପ୍ରତାପ ଦେଓ, ଶିକ୍ଷାବିତ୍ ତପନ କୁମାର ଭୋଇ, ବଲାଙ୍ଗୀର ତୁଷୁରାର ବିଶିଷ୍ଟ ଉଦ୍ୟୋଗପତି ଦିନଦୟାଲ କେଡିଆ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ପେସିଫିକ ସ୍କୁଲର ନିର୍ଦ୍ଦେଶକ ପ୍ରଶାନ୍ତ ନାୟକ, ଅବସରପ୍ରାପ୍ତ ଜର୍ଜ ବିମଲ ଚାନ୍ଦ, ଶାଖା ପରିଚାଳକ ମହେନ୍ଦ୍ର ଚାନ୍ଦ, ଚକ୍ଷୁ ବିଶେଷଜ୍ଞ ଡ. ଭାରତଭୂଷଣ ପଣ୍ଡା, ରେଞ୍ଜର ଶ୍ରୀ ଦୋରା, ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡିଆ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ଭଞ୍ଜ, ଶିକ୍ଷାବିତ୍ ସୁରେଶ ଚାନ୍ଦ, ସୁନୀଲ କୁମାର ଚାନ୍ଦ, ନର୍ଲା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.