ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ ଫୁଲମେ ମାଝୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭୂବନେଶ୍ୱରରେ ଚାଲୁଥିବା ଆଦିବାସୀ ମେଳାରେ ସମ୍ମାନିତ ହୋଇଛନ୍ତି ଆଦିବାସୀ ନେତ୍ରୀ ଶୁଶ୍ରୀ ଫୁଲମେ ମାଝୀ।  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ରାଜେନ୍ଦ୍ରପୁରେ ଜନ୍ମିତା ଶୁଶ୍ରୀ ଫୁଲମେ ମାଝୀ ଦୁର୍ଗମ ଅଞ୍ଚଳର ଜନତାଙ୍କ ସେବା ଓ ଉନ୍ନତି ମୂଳକ କାର୍ଯ୍ୟ କରି ଯୁବ ସମାଜ ପାଇଁ ପ୍ରେରଣାର ଶ୍ରୋତ ପାଲଟିଛନ୍ତି। ତେଣୁ ସେ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରାଜଧାନୀର ଆଦିବାସୀ ମେଳା ଅବସରରେ ତାଙ୍କୁ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସରକା ପୁରସ୍କୃତ କରିଛନ୍ତି। ଏହି ସମ୍ମାନ ପାଇଁ କଳାହାଣ୍ଡିରୁ ସେ ଜଣେ ହିଁ ମନୋନୀତ ହୋଇ ଥିଲେ। ଦୁଇ ଥର ବନ୍ଧପାରି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଫୁଲମେ ମାଝୀଙ୍କୁ ଏହି ମର୍ଯ୍ୟଦାଜନକ ସମ୍ମାନରେ ସମ୍ମାନିତ କରାଯାଇ ଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବାସହ ତାଙ୍କୁ ଅନେକ ବ୍ୟକ୍ତି ବିଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.