ଇର୍ଲିପାଟ ଧନୁଯାତ୍ରାର ଦ୍ବିତୀୟ ଦିବସ

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଭଳଭଦ୍ର ମାଝୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଠାରେ ଗତ ଜାନୁଆରୀ ୨୫ରୁ ଆରମ୍ଭ ହୋଇଥିବା ଇର୍ଲିପାଟ ଧନୁଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଉତ୍ସବ କମିଟି ସଭାପତି ଚିତ୍ତରଞ୍ଜନଙ୍କ ନେତୃତ୍ବରେ ଆଗେଇ ଚାଲିଛି।  ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଭଳବଦ୍ର ମାଝୀ ଯୋଗଦେଇ ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଭାସ୍କର ବେହେରା, ସାମ୍ବାଦିକ ପ୍ରଭାକର ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ ଭୁବନେଶ୍ୱର ପଟ୍ଟନାୟକ, ବାନେର ଗ୍ରାମ ପଞ୍ଚାୟତର ସରପଞ୍ଚ ଗୌତମ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବାନେର ଭଳି ଏକ ଛୋଟିଆ ଗ୍ରାମରେ ଧନୁଯାତ୍ରା ପ୍ରଥମ ଥର ପାଇଁ ଆରମ୍ଭ କରିଥିବାରୁ ଆୟୋଜକ ମଣ୍ଡଳୀକୁ ପୂର୍ବତନ ମନ୍ତ୍ରୀ ଭଳବଦ୍ର ମାଝୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦ୍ୱିତୀୟ ସନ୍ଧ୍ୟାରେ ବସୁଦେବ ଏବଂ ଦେବକୀଙ୍କ ଶୁଭ ପରିଣୟ ଆଖ୍ୟାନ ଅଭିନୀତ ହୋଇଥିଲା। ଧନୁଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.