ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଶୁଭ ଜନ୍ମଦିନ ଅବସରରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ଯୁବ, ଛାତ୍ର, ମହିଳା ଓ ବିଜୁ ଜନତା ଦଳ ପକ୍ଷରୁ କଲମପୁର ଏବଂ ଧର୍ମଗଡ଼ ଠାରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ  ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ୍ କୁମାର ଯାଦବ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଅନ୍ୟତମ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ଆମ ଓଡ଼ିଶା ନବୀନ ଓଡ଼ିଶା ସଂଯୋଜକ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ସମ୍ପାଦକ ରବି ପଟ୍ଟନାୟକ, ଧର୍ମଗଡ ବ୍ଲକ ସଭାପତି ଲିପୁ ମହାନ୍ତି, କଲମପୁର ବ୍ଲକ ସଭାପତି ମିଲିନ ପାତ୍ର, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି  ଶୈଲେନ୍ଦ୍ର ସିଂଦେଓ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ସୁନୀଲ ଭଇଁସାଲ, ଯୁବ ନେତା ମନୋରଞ୍ଜନ ମୁଣ୍ଡ, ଜିଲ୍ଲାପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ଜିଲ୍ଲାପରିଷଦ ନିବେଦିତା ହଂସ, କଲମପୁର ବ୍ଲକ ମହିଳା ସଭାନେତ୍ରୀ ମଧୁଛନ୍ଦା ଭଞ୍ଜଦେଓ, ପୂର୍ବତନ ଧର୍ମଗଡ ନଗରପାଳ ହିରା ବାଗଙ୍କ ସମେତ ବିଜୁ ଯୁବ, ଛାତ୍ର, ମହିଳା, ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ବ୍ଲକ୍ ସଭାପତି, ପଞ୍ଚାୟତ ସଭାପତି, ସରପଞ୍ଚ ସମିତି ସଭ୍ୟ ସଭ୍ୟା ଯୋଗଦେଇ ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.