ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଅନ୍ତର୍ଗତ ସୁଙ୍ଗେର ଓ ସିନ୍ଦୁରଘାଟି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଘରୋଇ ମୈତ୍ରୀ କମ୍ପାନୀର ସିଏସଆର ବିଭାଗ ଆନୁକୂଲ୍ୟରେ ଗ୍ରାମବାସୀଙ୍କୁ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦୁଇ ପଂଚାୟତରେ ପ୍ରାୟ ୨ହଜାରଟି କମ୍ବଳ ବଂଟନ କରାଯାଇଥିବା ନେଇ କମ୍ପାନୀ କର୍ତୁପକ୍ଷ ସୂଚନା ଦେଇଛନ୍ତି। ବିଭିନ୍ନ ଗ୍ରାମରେ ଥିବା ସମସ୍ତ ବରିଷ୍ଠ ନାଗରିକ, ବିଧବା ମହିଳା ଓ ଅନ୍ୟାନ୍ୟ ଗରିବ ଶ୍ରେଣୀର ଲୋକମାନଙ୍କୁ ଏହି କମ୍ବଳ ବଂଟନ କରାଯାଇଛି। ମୈତ୍ରୀ କମ୍ପାନୀର ଅଧ୍ୟକ୍ଷ ଟି. ଶ୍ରୀନିବାସ ରାଓଙ୍କ ଏଭଳି କଲ୍ୟାଣକାରୀ ସାହାର୍ଯ୍ୟକୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଛନ୍ତି। ସେହିପରି କମ୍ପାନୀ ପକ୍ଷରୁ ଏଭଳି ଜନହିତକାର କାର୍ଯ୍ୟକୁ ଆଗକୁ ବ୍ୟାପକ ଭାବେ କରାଯିବା ନେଇ ପ୍ରୟାସ କରାଯାଉଛି ବୋଲି କମ୍ପାନୀ କର୍ତୁପକ୍ଷ ସୂଚନା ପ୍ରଦାନ କରିଛନ୍ତି।