ପାଣିଟାଙ୍କି ଉପରେ ଚଢି ଶ୍ରମିକର ଆତ୍ମହତ୍ୟା ଚେତାବନୀ

୬ ଘଣ୍ଟା ବିତିଲା, ଉଦ୍ଧାର ହୋଇପାରିନି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ କଁଅସିଲ ଗ୍ରାମ ପାଖରେ ନିର୍ମାଣଧୀନ ପାଣିଟାଙ୍କିରେ କାର୍ଯ୍ୟରତ ଜନୈକ ଶ୍ରମିକ ଆଜି ପାଣିଟାଙ୍କି ଉପରକୁ ଚଢି ଆତ୍ମହତ୍ୟା ପାଇଁ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଉକ୍ତ ଶ୍ରମିକଙ୍କ ନାମ ମହେଶ ଓ ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ବୋଲି ସୂଚନା ମିଳିଛି।  ତେବେ ଘଟଣା ସ୍ଥଳରେ ଛଅ ଘଣ୍ଟା ହେଲା ପୋଲିସ, ଦମକଳ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.