ଗାଡେବନ୍ଧ ଗ୍ରାମ ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଆଲୋକପାତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଗାଡେବନ୍ଧ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ । ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜୟ ସରକାରଙ୍କର ଜନହିତକର ଯୋଜନା ଗୁଡିକ ଉପରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଗ୍ରାମ ପଞ୍ଚାୟତ ସ୍ତରରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ ହେଉଛି ଗ୍ରାମ ପଞ୍ଚାୟତ ସ୍ତରୀୟ “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ । ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ଦିନକୁ ଗୋଟିଏ ଲେଖାଏଁ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ୨୪/୧ ବୁଧବାର ନର୍ଲା ବ୍ଲକର ଭୀମକେଲା ଗ୍ରାମ ପଞ୍ଚାୟତରେ ପ୍ରଥମ କରି ଆରମ୍ଭ ହେଲା “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୁରୁବାର ନିଶାଣପୁର ଗ୍ରାମ ପଞ୍ଚାୟତ, ଶୁକ୍ରବାର ରୁପ୍ରା ଗ୍ରାମ ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଥିବା ବେଳେ ଆଜି ଶନିବାର ୨୭/୧ ଗାଡେବନ୍ଧ ଗ୍ରାମ ପଞ୍ଚାୟତରେ ଏହା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମ ପଞ୍ଚାୟତ ଅଞ୍ଚଳର ସମସ୍ତ ସ୍କୁଲ, ଯୁବକ ସଂଘ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଅଙ୍ଗନୱାଡି, ଆଶା କର୍ମୀ ସମସ୍ତଙ୍କୁ ସମ୍ପୃକ୍ତି କରାଯାଇ ଅନୁଷ୍ଠିତ ହୋଇଛି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ଗାଡେବନ୍ଧ ସରପଞ୍ଚ କବିତା ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ ।

Udyog Nursery
Udyogi Nursery

ସମ୍ମାନୀତ ଅତିଥି ଭାବରେ ଯୁବନେତା ଦଲଜିତ ସିଂ(ସୁଫି), ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ରାକ୍ସୀ ସରପଞ୍ଚ ଯେମନ୍ତ ପୋଢ, ଗାଡେବନ୍ଧର ନାଏବ ସରପଞ୍ଚ ଏଲିସା ବିଭାର ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତି ରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିକାଶ ଉପରେ ନର୍ଲାର “ରେତ ଡ୍ୟାମ” ନର୍ଲା ପାଇଁ ବରଦାନ ସାଜିଛି । ଏହା ନର୍ଲା ଓ ଭବାନୀପାଟନା ବ୍ଲକ ଅଞ୍ଚଲର ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କର ସଫଳ କାର୍ଯ୍ୟକ୍ରମର ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ । ଏହାସହ ରାସନକାର୍ଡ ନଥିବା ପରିବାର ପାଇଁ ବିଏସକେୱାଇ ନବୀନ କାର୍ଡର କଥା ମଧ୍ୟ ମଞ୍ଚରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ମଧ୍ୟରେ ବଖାଣିଥିଲେ ।

କାର୍ଯ୍ୟକ୍ରମରେ କୃଷି, ସ୍ୱାସ୍ଥ୍ୟ, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ ଏଭଳି ୮ ଗୋଟି ବିଭାଗର ଷ୍ଟଲ ଲାଗିଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ଜନସଚେତନତା ସୃଷ୍ଟି କରିଥିଲେ । ଗାଡେବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ମହାରଣା ମଞ୍ଚ ସଂଯୋଜନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଯୋଗାଣ ସହାୟକ ସୁକେଶ ଭୋଇ, ଜିଆରଏସ ପଦ୍ମିନୀ କୁମାର, ଯୁବ ସ୍ୱେଚ୍ଛାସେବୀ କେଶରୀ ବାଗ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.