ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଞ୍ଜା ପଂଚାୟତ ରିଞ୍ଜା ହାଇ ସ୍କୁଲ୍ ସମ୍ମୁଖ ଠାରେ ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ ନେତୃତ୍ବରେ ପଞ୍ଚାୟତସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନୋଡାଲ ଅଫିସର ଧର୍ମେନ୍ଦ୍ର ଶିର୍କା, ଆଇସିଡିଏସ ସୁପର ଭାଇଜର ଗୀତା ହରିଜନ, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ, ଵୋରପଦର ସରପଞ୍ଚ ସୁବାଷ ସାହୁ, ରିଞ୍ଜା ଗ୍ରାମ ପଞ୍ଚାୟତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ରଥ, ସାମ୍ବାଦିକ କମ୍ଭୁପାଣୀ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶା ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଫରେଷ୍ଟ, ଉଦ୍ୟାନ ବିଭାଗ, ସର୍ବଶିକ୍ଷା ଅଭିଯାନ, ବିଦ୍ୟୁତ, ଅଙ୍ଗନବାଡ଼ି ଭଳି ବିଭିନ୍ନ ଷ୍ଟଲ କରି ସଚେତନତା କରାଯାଇଥିଲା। ମଞ୍ଚ ପରିଚାଳନା ସାମ୍ବାଦିକ ପ୍ରଦୀପ କୁମାର ସାହୁ କରିଥିବା ବେଳେ ଗ୍ରାମ ରୋଜଗାର ସେବକ ଶିବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।