ରାୟଗଡା ଜିଲ୍ଳାର ଅର୍ପଣ ରଥରୁ ସଂଗୃହିତ ଚାଉଳ, ଗୁଆ, ନଡିଆ ପଠାଗଲା ପୁରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଚଳିତ ଜାନୁଆରୀ ମାସ ୧୭ତାରିଖରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ସମଗ୍ର ରାଜ୍ୟରେ ଅର୍ପଣ ରଥ ପରିଭ୍ରମଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାବାବେଗକୁ ଜଗନ୍ନାଥ ପ୍ରେମୀ ଏବଂ ସମସ୍ତଙ୍କ ମନରେ ଏକ ଆଧ୍ୟାତ୍ମିକ ଚିନ୍ତନର ସୃଷ୍ଟି କରିପାରିଥିଲା । ଏହି କ୍ରମରେ ଗାଁ ଠାରୁ ଆରମ୍ଭ କରି ସହରାଂଚଳର ସାହିଗଳିରେ ଅର୍ପଣ ରଥ ବୁଲୁଥିବା ସମୟରେ ଶ୍ରଦ୍ଧାଳୁମାନେ ଚାଉଳ, ଗୁଆ, ନଡିଆ, ନଗଦ ଟଙ୍କା ଦାନ ଦେଇଥିଲେ । ରାୟଗଡା ଜିଲ୍ଳାରେ ମଧ୍ୟ ଏହି ଅର୍ପଣ ରଥ ସମସ୍ତ ପଂଚାୟତ, ବ୍ଳକ, ପୈାରାଂଚଳ,‌ ଏନଏସି ଅଂଚଳ ବୁଲିଥିବା ବେଳେ ଜିଲ୍ଳାବାସୀ ମଧ୍ୟ ଚାଉଳ,ଗୁଆ,ନଡିଆ ଓ ନଗଦ ଟଙ୍କା ଦାନ କରିଥିଲେ । ରାୟଗଡା ଜିଲ୍ଳାରୁ ସମୁଦାୟ ୨୩୨କ୍ୱିଂଟାଲ ଚାଉଳ, ୫୬କେଜି ଗୁଆ, ୩୫୦ଟି ନଡିଆ ଏବଂ ୪ଲକ୍ଷ ୧୩ ହଜାର ୮୩୫ଟଙ୍କା ଦାନ ଆକାରରେ ଆଦାୟ ହୋଇଥିଲା । ଯାହାକୁ ଆଜି ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର,ପୁରୀକୁ ଏକ ଟ୍ରକ ଯୋଗେ ପଠାଯାଇଛି । ଏଥିନିମନ୍ତେ ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଥିବା ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଦିବାସୀ କଲ୍ୟାଣ ଏବଂ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଟ୍ରକଟିର ଯାତ୍ରାର ଶୁଭ ମନାସୀ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଉପଦେଷ୍ଠା ଦୁର୍ଗା ପ୍ରସାଦ ସାମନ୍ତରାଏ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା,ଆମ ଓଡିଶା ନବୀନ ଓଡିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କର, ଦେବାଶିଷ ଖାଡ଼ଙ୍ଗା, ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ମିଶନ ଶକ୍ତି ଡିପିଏମ ହେମନ୍ତ ବାଗ, ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶକ ତଥା ଜିଲ୍ଳା ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ,ରାୟଗଡା ବ୍ଳକ ବିଡିଓ ଅମୂଲ୍ୟ କୁମାର ସାହୁ,ଏବିଡିଓ କାଳୁଚରଣ ନାୟକଙ୍କ ସମେତ ସରପଂଚ,ସମିତିସଭ୍ୟ,ପଂଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.