ରାୟଗଡାରେ ୱାକର୍ସ କ୍ଲବର ସଂସ୍ଥାପନ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଥାନୀୟ ଉତ୍କଳ ଗୌରବ ମଧୁସୂଦନ ବୈଷୟୀକ ଅନୁଷ୍ଠାନ ଠାରେ ଵାକର୍ସ କ୍ଲବ ଜିଲ୍ଲା-୧୦୪ର ଜିଲ୍ଲା ଗର୍ଭନର ତଥା ତାଙ୍କ କ୍ୟାବିନେଟର ସଦସ୍ୟ ଓ ରାୟଗଡା ସ୍ଥିତ ବିଭିନ୍ନ କ୍ଲବର କର୍ମକର୍ତ୍ତାମାନଙ୍କର ସଂସ୍ଥାପନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଆନ୍ତର୍ଜାତିକ ୱାକର୍ସ କ୍ଲବର ସଭାପତି ଭି.ମୁରଲୀ ମୋହନ ରାଓ ଉଦଘାଟିତ କରିଥିଲେ।ତତ୍କାଳୀନ ଜିଲ୍ଲା ଗର୍ଭନର ୱାକର ସୀମାଞ୍ଚଳ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବ ଆନ୍ତର୍ଜାତିକ ସଭାପତି ଇ.ପଦ୍ମନାଭ ରାଓ, ଇ.ଜୟନ୍ତୀ ରାଓ, ପିଆରଏନ ଚନ୍ଦ୍ରମଉଲି,ଏରିଆ ଉପସଭାପତି ଅଭିମନ୍ୟୁ ନାୟକ, ଆନ୍ତର୍ଜାତିକ ସଂପାଦକ ଏମ.ପ୍ରଦୀପ, ଉପଦେଷ୍ଟା ସତ୍ୟବାଦୀ ପତି, ଏରିଆ କୋଡିନେଟର ଟି. ଜୟରାମ, ଉପଦେଷ୍ଟା ଡାକ୍ତର ଦୁଃଖିରାମ ଦାସ ମଞ୍ଚାସୀନ ଥିଲେ।

ୱାକର ଶଙ୍କର୍ଷଣ ମଙ୍ଗରାଜ ଓ ଡ.ବାବୁରାଓ ମହାନ୍ତି ୱାକର ପ୍ରାର୍ଥନା ପଢିଥିଲେ। ପରେ ଆନ୍ତର୍ଜାତିକ ସଭାପତି ସଚିବ ପ୍ରତାପ ଚନ୍ଦ୍ର ବାଉରୀ, କୋଷାଧ୍ୟକ୍ଷ ମନ୍ମଥ ତୁଳ, ଜଲିଵାକର ଦାଶରଥି ସାହୁ, ଡେପୁଟି ଡିଜି ସୁରେନ୍ଦ୍ର ପ୍ରସାଦ ସାହୁ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଭିଆରଜି ଗୁପ୍ତା ଓ ଅନ୍ୟାନ୍ୟ କ୍ୟାବିନେଟ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ।

ଜିଲ୍ଲା ଗର୍ଭନର କିଶୋର ଚନ୍ଦ୍ର ପଣ୍ଡାଙ୍କ ଅସୁସ୍ଥତା ଯୋଗୁଁ ସେ ଅନୁପସ୍ଥିତ ରହିଥିବାରୁ ତାଙ୍କ କାର୍ଯ୍ୟକୁ ସଚିବ ପ୍ରତାପ ଚନ୍ଦ୍ର ବାଉରୀ ତୁଲାଇଥିଲେ। ଏଥିସହ ବିଭିନ୍ନ କ୍ଲବର ସଭାପତି ଭାବେ ଡ.ଦୁଷ୍ମନ୍ତ କୁମାର ମହାନ୍ତି, ଦୀପକ କୁମାର ପୃଷ୍ଟି, ଯୋଗେଶ୍ବର ଦାସ, ଅରୁଣା ବେହେରା, ଲାଡି ଚନ୍ଦ୍ରଶେଖର,‌ ଡ.ଏନ.ସୁରେଶ କୁମାର. ଅରୁଣା କେଙ୍ଗୁଆ, ଉଦୟଚନ୍ଦ୍ର ପଣ୍ଡା ସମେତ ଅନ୍ୟାନ୍ୟ ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ, ଜଲି ୱାକରମାନଙ୍କୁ ଶପଥ ପାଠ କରାଯାଇଥିଲା।‌ ନୂତନ ଭାବେ ଯୁବ ହାଇକର କ୍ଲବର କର୍ମକର୍ତ୍ତାଙ୍କୁ ଅଧିଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡ. ଦୁଷ୍ମନ୍ତ କୁମାର ମହାନ୍ତି ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.