କୁର୍ମେଲ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଆଲୋକପାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର କୁର୍ମେଲ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ। କୁର୍ମେଲ ସରପଞ୍ଚ ଶୁଭଦ୍ରା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନ. ଜଗଜ୍ଜୀବନ ଚୌଧୁରୀ ଯୋଗଦାନ କରି ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନସଚେତନତା ସୃଷ୍ଟି କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି), ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ରାକ୍ସି ସରପଞ୍ଚ ଯେମନ୍ତ ପୋଡ଼, ବାଗପୁର ସରପଞ୍ଚ ଗୋପାଳ ହାତୀ, ସମବାୟ ବିକାଶ ସଭାପତି ତସିଲ ସାହୁ, ବିଶିଷ୍ଟ କବି ମୋହନ ଭଟ୍ଟ ପ୍ରମୁଖ ମଞ୍ଚାସିନ ରହି ମାର୍ଗଦର୍ଶନ ଦେଇଥିଲେ। ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିରୁ ଆରମ୍ଭ କରି କୃଷି କ୍ଷେତ୍ରରେ ବିକାଶ ଉପରେ ନର୍ଲାର “ରେତ ଡ୍ୟାମ” ନର୍ଲା ପାଇଁ ବରଦାନ ସାଜିଛି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ କୃଷି, ସ୍ୱାସ୍ଥ୍ୟ, ଉଦ୍ୟାନ, ଅଙ୍ଗନୱାଡି, ପ୍ରାଣୀ ସମ୍ପଦ ଏଭଳି ୭ ଗୋଟି ବିଭାଗର ଷ୍ଟଲ ଲାଗିଥିବା ବେଳେ ବିଭାଗୀୟ କର୍ମଚାରୀ କୃଷି ବିଭାଗର ଜ୍ୟୋତ୍ସ୍ନା ମହାପାତ୍ର, ଗଜମତି ମାଝୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଅବଗତ କରାଇ ଜନସଚେତନତା ସୃଷ୍ଟି କରିଥିଲେ। କୁର୍ମେଲ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହସ୍ରାଂଶୁ ମିଶ୍ର କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୌତୁକ ଖମାରୀ ମଞ୍ଚ ସଂଯୋଜନା କରିଥିଲେ। ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଯୋଗାଣ ସହାୟକ ପଦ୍ମନାଭ ନାଏକ, ଜିଆରଏସ ନିହାର ରଞ୍ଜନ ସାହୁ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ଭୁବନ ମାଝୀ, ବିଦୁର ସେନାପତି, ପଦ୍ମଲୋଚନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.