ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ସଂସ୍କୃତି ଭଵନ ସୁବର୍ଣ୍ଣପୁରଠାରେ ରବିବାର ତପସ୍ୱିନୀ ମାତୃଶକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭାରତୀୟ ଚିନ୍ତନରେ ମହିଳା ତଥା ସ୍ଥାନୀୟ ମହିଳାଙ୍କ ସ୍ଥିତି ସମସ୍ୟା ଓ ଭବିଷ୍ୟତ ଭାରତ ନିର୍ମାଣରେ ମହିଳାଙ୍କ ଭୂମିକା ଆଦି ତିନୋଟି ସୂତ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ସୁଶ୍ରୀ ଭାଗ୍ୟଶ୍ରୀ ସାଠେ, ଦୃଷ୍ଟି ତ୍ରିଶକ୍ତି ଅଧ୍ୟୟନ ପ୍ରବୋଧନର କେନ୍ଦ୍ରୀୟ ପ୍ରମୁଖ ସଞ୍ଚାଳିକା ଯୋଗଦେଇ ଭବିଷ୍ୟତ ଭାରତ ନିର୍ମାଣରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମିନାକୁମାରୀ ମହାରଣା, ବିଶିଷ୍ଟ ସମାଜସେବି ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବକାରୀ ଅଧିକ୍ଷକା ସୁମତି ତ୍ରିପାଠୀ, ଡ. ହେମାଙ୍ଗିନୀ ମେହେର ସଭାପତି, ତପସ୍ଵିନୀର ରାଜ୍ୟ ସଂଯୋଜିକା ଜୟଶ୍ରୀ ମହାପାତ୍ର ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତପସ୍ଵିନୀର ସର୍ବବ୍ୟବସ୍ଥା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ମିଶ୍ର, ସଂଯୋଜିକା ସୁନନ୍ଦା ସାହୁ ସହ-ସଂଯୋଜୀକା ସଞ୍ଜୁରାଣୀ ସିଂ, ପୂର୍ଣ୍ଣିମା ସା, ଆରତୀ ଖମାରୀ, ପ୍ରଭାସିନୀ ପଟ୍ଟାୟକ ଏବଂ ସରିତା ସାହୁ ସହଯୋଗ କରିଥିଲେ। ସୁନନ୍ଦା ସାହୁ ଏବଂ ସୁଶ୍ରୀ ସଞ୍ଜୁରାଣୀ ସିଂ ସଭା ପରିଚାଳନା କରିଥିଲା ବେଳେ ଆରତୀ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦୦ ରୁ ଉର୍ଦ୍ଧ ମହିଳାମାନେ ଯୋଗଦାନ କରିଥିଲେ।