ଦକ୍ଷିଣ ବନଖଣ୍ଡରେ ବନାଗ୍ନି ଲଘୁକରଣ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଥୁଆମୁଳ.ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ଅଞ୍ଚଳରେ ବନବିଭାଗ ପକ୍ଷରୁ ବନାଗ୍ନି ଲଘୁକରଣ ସଚେତନତା ଏବଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ ଏବଂ ଜଙ୍ଗଲର ସୁରକ୍ଷା ଉପରେ ଏକ ଜନ ସଚେତନ ସଭା ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu


ଏହି ବନଖଣ୍ଡର ଦକ୍ଷିଣ ବନାଞ୍ଚଳର ରେଞ୍ଜର ଜୟଦେବ ମାଝୀଙ୍କ ଅଧ୍ୟକ୍ଷତାରେ ବନାଞ୍ଚଳ ଅଧିନ ଆମ ଜଙ୍ଗଲ ଯୋଜନାର କର୍ମଚାରୀ, ବିଭିନ୍ନ ବନ ସୁରକ୍ଷା ସମିତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କୁ ସଚେତନତା ମୂଳକ ତାଲିମ ପ୍ରଦାନ କରାଯାଇଥିଲା।କାଠକୁରା ଚାରା ଉତ୍ପାଦନ ନର୍ସରୀ ଠାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।ମଙ୍ଗଳବାର ଉତ୍ତର ବନାଞ୍ଚଳ ସାଇସୁରୁନୀ ଅଧିନ ଜଟାଙ୍ଗପଡା ନର୍ସରୀ ଠାରେ ଏସିଏଫ୍ ବିମଲ ପ୍ରସାଦ ଟୋପ୍ନୋଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି, ଆମ ଜଙ୍ଗଲ ଯୋଜନାର କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ।ଏବେଠାରୁ ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାହାଡିଆ ଅଞ୍ଚଳରେ ରହୁଥ‌ିବା ଲୋକେ ପୋଡ଼ୁ ଚାଷ ପାଇଁ ଜଙ୍ଗଲରୁ ଅନାବନା ଗଛ କାଟି ପୋଡି ଦେଉଛନ୍ତି। ଫଳରେ ସେହି ଇଲାକାର ନିଆଁ ଜଙ୍ଗଲ ଗୁଡିକରେ ଝଡି ପଡିଥିବା ଗଛ ପତ୍ର ଓ ଶୁଖୁଲା ଡାଳ ଗୁଡିକରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଏହା ଦ୍ଵାରା କେବଳ କିଛି ଗଛ ନୁହେଁ ଅନେକ ମୂଲ୍ୟବାନ ଔଷଧୀୟ ଗଛ ସମେତ ଜଙ୍ଗଲ ସବୁ ପ୍ରଭାବିତ ହେଉଛି ଓ ଏହାର ପ୍ରଭାବ ବାୟୁମଣ୍ଡଳ ଉପରେ ପଡ଼ୁଛି। କେବଳ ପୋଡ଼ୁ ଚାଷର ଚାଷୀ ନୁହେଁ ଜଙ୍ଗଲକୁ ଜାଳେଣୀ ସଂଗ୍ରହ ପାଇଁ ଯାଉଥିବା ବ୍ୟକ୍ତି ଧୁମ୍ରପାନ ଜଳେଇବା ପାଇଁ ମାଚିସ ବ୍ୟବହାର କରିବା ସହ ନଲିଭାଇ ଫିଙ୍ଗି ଦେଉଥିବାରୁ ଜଙ୍ଗଲ ପୋଡିଯାଉଛି। ଏହି ନିଆଁ ଆଣାୟତ୍ତ ହେଲେ ହେକ୍ଟର ହେକ୍ଟର ଜଙ୍ଗଲକୁ ଜାଳି ଦେଉଛି।ଜଙ୍ଗଲ ପୋଡି ବାୟୁମଣ୍ଡଳର ଉତାପ ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ପାଲଟିଛି।ଯେତେବେଳେ ଘର ପୋଡି ଯାଉଛି ଆମେ ଜଙ୍ଗଲ ଉପରେ ନିର୍ଭର କରୁଛେ କିନ୍ତୁ ଜଙ୍ଗଲ ପୋଡିଲେ କୁଆଡେ ଯିବା ବୋଲି ବନାଞ୍ଚଳ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଥୁଆମୂଳ ରାମପୁର ଫରେଷ୍ଟର ଜୟ କୁମାର ଜୁଆଡ,ଗୁଣପୁର ଫରେଷ୍ଟର ନିହାର ରଞ୍ଜନ ଠାକୁର,ଫରେଷ୍ଟର ସନ୍ତୋଷ କୁମାର ଦଳପତି ଏବଂ ଫରେଷ୍ଟର ମହେଶ୍ବର ନାଏକ ପ୍ରମୁଖଙ୍କ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.