ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଳକ ମୋଟେର ଚମ୍ପେଶ୍ବରପଡା ଠାରେ ବୁଧବାରଠାରୁ ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବ। ଏଥିପାଇଁ ମଙ୍ଗଳବାର ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଶହ ଶହ ମହିଳା ମାନେ ସାମିଲ ହୋଇ ସ୍ଥାନୀୟ ପୋଖରୀରୁ ୧୦୮ କଳସରେ ଜଳ ଉଠାଇଥିଲେ। କଳସ ଯାତ୍ରାରେ ବଜରଙ୍ଗବଳୀ ଘଣ୍ଟଦଳ ଚାରବାହଲ, ମୋଟେର ସଂକିର୍ତ୍ତନ ଦଳ ସାମିଲ ହୋଇ ଗ୍ରାମପରିକ୍ରମା ସହ ପ୍ରହରୀ ମଣ୍ଡପରେ ପହଞ୍ଚି ଥିଲେ। ପରେ ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ସହ ଅଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବୁଧବାର ସକାଳୁ ନାମଯଜ୍ଞ ଆରମ୍ଭ ହୋଇ ଶୁକ୍ରବାର ନାମ ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଯଜ୍ଞକର୍ତ୍ତା ଭାବେ ଦୁଷ୍ମନ୍ତ କୁମାର ପାଟଯୋଷୀ ଓ ଜ୍ୟୋତ୍ସ୍ନାମଞ୍ଜରୀ ପାଟଯୋଷୀ ସପତ୍ନୀକ ରହିଥିବାବେଳେ ମୁଖ୍ୟ ପୂଜକ ରୂପେ ଆଚାର୍ଯ୍ୟ ଗୋପାଳ କୃଷ୍ଣ ଠାକୁର ଲଡୁଗାଁ, ପୂଜା କାର୍ଯ୍ୟ ସମ୍ପାଦନ ପାଇଁ ରହିଛନ୍ତି। ନାମ ଯଜ୍ଞରେ ଅଞ୍ଚଳର ଶ୍ରଦ୍ଧାଳୁମାନେ ଯୋଗଦେବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.