ନୈତ୍ରୀ କା ଚକ୍ଷୁ ଅନୁଷ୍ଠାନର ପ୍ରଥମ ବର୍ଷ ଜୟନ୍ତୀ ପାଳନ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବ୍ରହ୍ମପୁର କୋର୍ଟପେଟା ଛକ ନିକଟରେ ଥିବା ଗଣପତି କଲ୍ୟାଣ ମଣ୍ଡପଠାରେ ନୈତ୍ରୀ କା ଆଇ କେୟାରର ନିର୍ଦେଶକ ତଥା ନୂଆଁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲର ତାଲିମ ପ୍ରାପ୍ତ ବରିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ଅଶ୍ୱିନୀ କୁମାର ବେହରାଙ୍କ ସଂଯୋଜନାରେ ନୈତ୍ରୀ କା ଚକ୍ଷୁ ଅନୁଷ୍ଠାନର ପ୍ରଥମ ବର୍ଷ ଜୟନ୍ତୀ ଧୁମ ଧାମରେ ପାଳିତ ହୋଇଯାଇଛି | ଏକ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନରେ ଯେତେ ଜଣ ରୋଗୀ ପରଳ, ମୋତିୟାବିନ୍ଦୁ, ଟେରାପଣ, ଚକ୍ଷୁରେ ମାଂସ ବଢିବା ଏବଂ ଅନ୍ୟାନ୍ୟ ଚକ୍ଷୁର ଅସ୍ତ୍ରପଚାର କରିଥିବା ବ୍ୟକ୍ତି ବେଶେଷ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା |ପ୍ରାୟ ଦେଢ଼ସହରୁ ଉର୍ଦ୍ଧ ଅସ୍ତ୍ରୋପଚାର  କରିଥିବା ରୋଗୀମାନେ ଏହି ବିଶେଷ ଦିନରେ ଯୋଗଦାନ କରି ନିଜର ଚକ୍ଷୁ ଅସ୍ତ ପଚାର ଉପକାରିତାକୁ ସନ୍ତୁଷ୍ଟ ଚିତରେ ପ୍ରକାଶ କରିଥିଲେ | ଏହି ଉତ୍ସବ ଉପଲକ୍ଷେ ଏକ ବୈଠକ ମଧ୍ୟ ଆୟୋଜନ କରାଯାଇଥିଲା । ଏହାର ମୁଖ୍ୟ ନିର୍ଦ୍ଧେଶକ ଡା.ଅଶ୍ୱନୀ କୁମାର ବେହେରା ନିଜର ବିଦ୍ୟା ଗୁରୁ ଙ୍କୁ ମୁଖ୍ୟ ଅତିଥି ଭାବେ ଡାକିଥିଲେ ଏବଂ ଅନ୍ୟନ୍ୟ ଡାକ୍ତରଙ୍କୁ ମଧ୍ୟ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ | ଲୋକଙ୍କ ଆଖିରେ ହେଉଥିବା ମୋତୀୟ ବିନ୍ଦୁ, କଳା ମୋତୀୟ ବିନ୍ଦୁ, ଗ୍ଲୁକୋମା, ଏବଂ ବିଭିନ୍ନ ଚକ୍ଷୁ ଜନିତ ସମସ୍ୟା ର ନିରାକରଣ ଓ ନିବାରଣ କିପରି କରାଯାଇପାରିବ ଓ ଚକ୍ଷୁ ଜନିତ ସମସ୍ୟାକୁ କିପରି ଦୂର କରାଯାଇପାରିବ ଏହି ବିଷୟରେ ଆଲୋକପାତ କରିଥିଲେ | ଚକ୍ଷୁର ସୁରକ୍ଷା ପାଇଁ କେତୋଟି ନିର୍ଦ୍ଧେଶାବଳିକୁ ପାଳନ କରିବାକୁ ହେବ ତାହା ଉପସ୍ଥିତି ବ୍ୟକ୍ତିମାନଙ୍କୁ ବୁଝାଇଥିଲେ | ନର୍ଦ୍ଧେଶକ ଡା. ବେହେରାଙ୍କ ଦ୍ଵାରା ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ନବରଙ୍ଗପୁର ଜିଲ୍ଲା ସହିତ ଅନ୍ୟାୟ ଜିଲ୍ଲାର ଚକ୍ଷୁ ଅସ୍ତ୍ର ପଚାର ହୋଇଥିବା ବ୍ୟକ୍ତିମାନେ ଏହି ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦାନ କରିଥିଲେ | ଏହା ସହିତ ଏହି ଅନୁଷ୍ଠାନ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଅଞ୍ଚଳରେ ବସତି ସ୍ଥାପନ କରିଥିବା ତିବତୀୟ ସରଣାର୍ଥୀ ଗୋଷ୍ଠୀ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏବଂ ଅନ୍ୟ ଜିଲ୍ଲାର ଗୋଷ୍ଠୀ ବର୍ଗ ଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା କରାଇବା ସହିତ ମାଗଣାରେ ଔଷଧ ମଧ୍ୟ ବିତରଣ କରି ଆସୁଛନ୍ତି | ଏହା ପ୍ରତ୍ୟେକ ଜିଲ୍ଲାର ମାସର ନିର୍ଦ୍ଧିଷ୍ଟ ତାରିଖରେ ମାଗଣା ଚକ୍ଷୁ ପରୀକ୍ଷା କରାଯାଉଛି ବୋଲି ଡା. ବେହେରା  ଉକ୍ତ ବୈଠକରେ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ନୈତ୍ରୀ କା ଅନୁଷ୍ଠାନର ସମସ୍ତ ମହିଳା ଏବଂ ପୁରୁଷ ଷ୍ଟାଫମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.