କଥାକାର ରଶ୍ମୀ ରାଉଳଙ୍କ ଉପନ୍ୟାସ ‘ୟହାଁ ଥା ଏକ ଗାଁଓ’ ଏବଂ ‘ଜୀବନ ଗଣିତ’ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ୱର ସ୍ଥିତ ରେଡ୍‌କ୍ରସ ଭବନରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ପ୍ରଖ୍ୟାତ ଔପନ୍ୟାସିକା ଓ ଗାଳ୍ପିକା ରଶ୍ମୀ ରାଉଳଙ୍କ ଦ୍ୱାରା ଲିଖିତ ଦୁଇଗୋଟି ଉପନ୍ୟାସ ଉନ୍ମୋଚିତ ହୋଇଯାଇଛି। ପ୍ରଫେସର ଡ. କମଳିନୀ ପାଣିଗ୍ରାହୀଙ୍କ ଦ୍ବାରା ହିନ୍ଦୀରେ ଅନୁବାଦିତ ହୋଇଥିବା ଓଡ଼ିଆ ଉପନ୍ୟାସ ‘ଏଠି ଗୋଟେ ଗାଁ ଥିଲା’ର ହିନ୍ଦୀ ରୂପାନ୍ତର ‘ୟହାଁ ଥା ଏକ ଗାଁଓ’କୁ ଲୋକାର୍ପିତ କରାଯାଇଥିଲା। ଏହି ଉପନ୍ୟାସ ଦ୍ବୟ ବ୍ୟତୀତ ‘ନବଲିପି’ ପ୍ରକାଶ ଧାରା ଦ୍ୱାରା ପ୍ରକାଶିତ ‘ଜୀବନ ଗଣିତ’ ଉପନ୍ୟାସ ମଧ୍ୟ ଲୋକାର୍ପିତ ହୋଇଥିଲା। ଏହି ଉତ୍ସବରେ ଏସ୍.ଭି.ଏସ୍. ଶାନ୍ତାରାମ, ଆର୍.ପି.ଏଫ୍.ଏସ୍ ଚିଫ୍ ସିକ୍ୟୁରିଟି କମିଶନର ଇଷ୍ଟକୋଷ୍ଟ ରେଲ୍‌ୱେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶ୍ୱ ଭାରତୀ ୟୁନିଭରସିଟି (ଡବ୍ଲ୍ୟୁ.ବି) ପ୍ରଫେସର ଡ. ରବୀନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା ଏବଂ ରାଜନୀତିଜ୍ଞ ଡଃ ଅଭୟ କୁମାର ନାୟକ, ପ୍ରଫେସର ଡ. ଲଳିତ ନିତ କୁମାର ଲେଙ୍କା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ପ୍ରିୟଦର୍ଶୀ ମିଶ୍ର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଖ୍ୟାତ କବି ଶରତ କୁମାର ଦାଶ, ଲେଖିକା ରଶ୍ମୀ ରାଉଳ, ସିଏଚଆରସିର ଚେୟାରମ୍ୟାନ ପ୍ରାକ୍ତନ ଅତିରିକ୍ତ ମହାନିର୍ଦ୍ଦେଶକ ଗୋପବନ୍ଧୁ ମଲ୍ଲିକ ସଭାକୁ ପରିଚାଳନା କରିଥିଲେ। ଓଡ଼ିଆ ସାହିତ୍ୟର ଦିଗନ୍ତ, ବ୍ୟାପ୍ତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚକ ପରେଶ ମହାନ୍ତି, ଜୟକୃଷ୍ଣ ମହନ୍ତ ଆଦି ଆଲୋଚନା କରିଥିଲେ। ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.