କେସିଙ୍ଗା ଏନ୍ଏସି ଇଓ ଙ୍କ ବଦଳି ଦାବି ପ୍ରସଙ୍ଗ : ବୁଧବାର ଦିନ କେସିଙ୍ଗା ସହର ବନ୍ଦ ପ୍ରଭାବରେ ଇଓ ଙ୍କ ବଦଳି, ଆନ୍ଦୋଳନ ପ୍ରତ୍ୟାହୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ଇଓ ସୁଶ୍ରୀ କିରଣ ବେହେରାଙ୍କ ଙ୍କ ମନମୁଖୀ ଶାସନର ପ୍ରତିବାଦ ନେଇ ତାଙ୍କୁ ବଦଳି କରିବା ପାଇଁ ଚାଲିଥିବା ଆନ୍ଦୋଳନ ବୁଧବାର ସମାପ୍ତ ହୋଇଛି। କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନକ୍ରମେ ଗତ ସୋମବାର ଓ ମଙ୍ଗଳବାର ଦୁଇ ଧରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ହୋଇଥିଲା ବେଳେ ବୁଧବାର ଦିନ କେସିଙ୍ଗା ସହର ବନ୍ଦ ଡାକରା ଦିଆଯାଇଥିଲା। ଯାହାକି କେସିଙ୍ଗା ସହରରେ ବନ୍ଦ ଡାକରା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା। ବନ୍ଦ ପ୍ରଭାବରେ ସହରରେ ବୁଧବାର ସକାଳୁ ୭ ଟା ଗାଡ଼ି ଚଳାଚଳ ବନ୍ଦ ରହିବା ସହିତ ସମସ୍ତ ଦୋକାନ ବଜାର ସାଙ୍ଗକୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟସବୁ ବନ୍ଦ ରହିଥିଲା। ଗତ ସୋମବାର ଦିନ ଠାରୁ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ଙ୍କ ଅନ୍ୟତ୍ର ବଦଳି ଦାବିରେ କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନକ୍ରମେ ସାମ୍ବାଦିକ ସମୂହ, ଉଠା ଦୋକାନି ସଂଘ,କେସିଙ୍ଗା ବଣିକ ସଂଘ,କେସିଙ୍ଗା ଚେମ୍ୱର ଏଣ୍ଡ କମର୍ସ ସଂଘ ସର୍ବୋପରି କେସିଙ୍ଗା ର ସମସ୍ତ ୧୨ ଜଣ କାଉନସିଲର,ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଓ କେସିଙ୍ଗା ଜନସାଧାରଣ ଆନ୍ଦୋଳନରେ ସାମିଲ୍ ହୋଇଥିଲେ।‌ ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଙ୍କ ମନମୁଖୀ ଶାସନ,ଜନସାଧାରଣ ଙ୍କ ସମସ୍ୟା ନ ବୁଝିବା ଓ ଫୋନ କରି କିଛି ଅଭିଯୋଗ କଲେ ନମ୍ୱର୍ ବ୍ଲାକ ଲିଷ୍ଟ କରିବା, ରାଜ୍ୟ ସରକାରଙ୍କ କୌଣସି ଜନହିତକର ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ କୁ ଅଣଦେଖା କରିବା ଭଳି ଅନେକ ଗୁଡ଼ିଏ ନିର୍ବାହୀ ଅଧିକାରୀ ଙ୍କ ନାମରେ ଅଭିଯୋଗ ହେଉଥିଲା । ନିର୍ବାହୀ ଅଧିକାରୀଙ୍କ ଆଚରଣ ଓ ବ୍ୟବହାର କୁ ନେଇ କେସିଙ୍ଗାର ଜନସାଧାରଣ, ବୁଦ୍ଧିଜୀବୀ , ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ପ୍ରମୁଖ ସମସ୍ତ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଆସୁଥିଲା । ଏନେଇ ଅନେକ ଥର ଚିଠି ମାଧ୍ୟମରେ କିମ୍ବା ଅଭିଯୋଗ ଶୁଣାଣିରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନଥିଲା । ଶେଷରେ କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଗଣଧାରଣା ଓ କେସିଙ୍ଗା ସହର ବନ୍ଦ ଡାକରା ଦିଆଯାଇଥିଲା। ବୁଧବାର ଦିନ କେସିଙ୍ଗା ସହର ବନ୍ଦ ହେବା ଫଳରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଦିନ ୨.୩୦ ମିନିଟ ରେ ପିଡି ଡୁଡ଼ା ମୁନିଧର ହୁଆଙ୍ଗ କେସିଙ୍ଗା ଏନ୍ ଏ ସି କୁ ଆସି ବିକାଶ ମଞ୍ଚ ଓ ଅନ୍ୟାନ୍ୟ ସଂଘ ର ମୁଖ୍ୟ ଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳ ଅଭିଯୋଗ ଶୁଣିଲା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରା ଙ୍କୁ କେସିଙ୍ଗା ଏନ୍ ଏ ସି ରୁ କାଢି ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ବଦଳି କରିଥିବା ଜଣାପଡ଼ିଛି। ନିର୍ବାହୀ ଅଧିକାରୀଙ୍କ ବଦଳି ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଥିଲା । ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ବଦଳି କୁ ନେଇ ବିକାଶ ମଞ୍ଚ ସହିତ ସମସ୍ତ ସଂଘ ର କର୍ମକର୍ତ୍ତା ମାନେ ବାଣ ଫୁଟାଇବା ସହିତ ମିଠା ବାଣ୍ଟି ନିଜର ଖୁସୀ ମନାଇବା ସହିତ ଭାରତ ମାତା କି ଜୟ ଧ୍ବନିରେ ସହର କମ୍ପି ଉଠି ଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.