ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଆଇଁଲାଭଟା ପଞ୍ଚାୟତର ବଣ ପାହାଡ଼ ଘେରା ଅଞ୍ଚଳରେ ରହିଛି ଟୀଙ୍ଗପଖାନ ଗାଁ l ଏହି ଗାଁ ଟି ଜଙ୍ଗଲ ଭିତରେ ରହୁଥିବାରୁ ଅନେକ ଲୋକ ଜାଣି ପାରନ୍ତି ନାହିଁ l ତଥାପି ସରକାରଙ୍କ ବିଭିନ୍ନ ଯୋଜନାରେ ଏହି ଗା ର ଲୋକ ଲାଭ ପାଉଛନ୍ତି ଓ କିଛି ବଂଚିତ ଅଛନ୍ତି l ଏହି ଗାଁରେ ବିଭିନ୍ନ ବର୍ଗର ଲୋକେ ବସବାସ କରନ୍ତି l ସେମାନଙ୍କ ଭିତରୁ ବୁଡୁ ଜାନି ମଧ୍ୟ ତାଙ୍କର ସ୍ତ୍ରୀ ମଙ୍ଗଳ ଜାନି, ଦୁଇ ପୁଅ ଚିତ୍ର ଜାନି (୧୩ ), ସୂର୍ଯ୍ୟ ଜାନି (୯ ) ଓ ଗୋଟିଏ ଝିଅ ସୁମିତ୍ରା ଜାନି (୭) କୁ ନେଇ ବେଶ ହସ ଖୁସି ରେ ରହୁଥିବା ବେଳେ ବଡ଼ଝିଅ ଚଞ୍ଚଳା ଜାନିଙ୍କୁ ପାବଳୀ ଗାଁ ରେ ବାହା ଦେଇଛନ୍ତି l ନିଜର ଜମିବାଡ଼ି ଓ ଅନ୍ୟଘରେ ମୂଳଲାଗି ବୁଡୁ ପରିବାର ପ୍ରତି ପୋଷଣ କରୁଥିଲେ l ତାଙ୍କର ପରିବାର ବେଶ ହସଖୁସିରେ ରହୁଥିଲେ l ହେଲେ ଦିନେ ଏମିତି ଵି ବିପଦ ଆସିବ ଓ ସୁନାର ସଂସାରକୁ ଛାରଖାର କରିଦେବ କେହି ଭାବିନଥିଲେ l ଗତ ୨୦୨୩ ନଭେମ୍ବର ମାସ ୧୯ ତାରିଖ ଦିନ ବୁଡୁ ଜାନି ପ୍ରତ୍ୟେକ ଦିନ ପରି ସେହିଦିନ ମଧ୍ୟ୍ୟ କାମ ସାରି ମଦପାନ କରି ଘରକୁ ଆସିଥିଲେ l ପ୍ରତେକ ଦିନ ମଦ ପିଇବାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା l ବୁଡୁ ଜାନି ରାଗରେ ମଙ୍ଗଳ ଜାନି ଙ୍କୁ ଆକ୍ରମଣ କରି ଜୋରରେ ବାଡେଇବାରୁ ମଙ୍ଗଳଙ୍କ ପ୍ରାଣବାୟୁ ଉଡି ଯାଇଥିଲା l ଏହି ଘଟଣା ପରେ ପୋଲିସ ବୁଡୁଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏବେ ତିନି ଶିଶୁ ନିଃସହାୟ ହୋଇ ବଡ଼ ଭଉଣୀ ଓ ଭେଣେଇଙ୍କ ପାଖରେ ଆଶ୍ରୟ ନେଇଛନ୍ତି l ବଡପୁଅ ଚିତ୍ର ବୟସ କମ ସ୍ୱତେ ପରଘରେ ମୂଳ ଲାଗି କାମ କରୁଛି l ଦ୍ୱିତୀୟ ପୁଅ ସୂର୍ଯ୍ୟ ଓ ଝିଅ ସୁମିତ୍ରା ମଧ୍ୟ ଭଉଣୀଙ୍କ କାମରେ ସାହାର୍ଯ୍ୟ କରୁଛନ୍ତି l ସେମାନେ ଆଜି ପ୍ରଯ୍ୟନ୍ତ ସ୍କୁଲର ଦୁଆର ମୁହଁ ମାଡି ନାହାନ୍ତି l ପଢିବାର ଇଛାଥିଲେ ମଧ୍ୟ ପାରିପାର୍ଷିକ ଅସୁବିଧା ହେତୁ ଚୁପ ରହୁଛନ୍ତି l ଏହି ସମସ୍ୟା ବିଷୟରେ କୌଣସି ସୂତ୍ରରୁ ଖବର ପାଇ ଖୁସି ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ସମାଜସେବୀ ଯଶୋବନ୍ତ ରଣା ବଡ଼କରଲାକୋଟ ସରପଞ୍ଚ ପ୍ରତିନିଧି ଶ୍ରୀ ବେଳଧର ନାଏକଙ୍କ ସହ ପାବଳୀ ଗାଁକୁ ଯାଇ ଶିଶୁ ମାନଙ୍କୁ ଭେଟିଛନ୍ତି l ସେମାନଙ୍କ ସମସ୍ୟା ବିଷୟରେ ଟିକିନିଖି ପଚାରି ବୁଝିଥିଲେ l ଦୁଇ ଶିଶୁ ଆଗକୁ ପଢ଼ିବାର ଇଛା ଅଛି ହେଲେ ଆର୍ଥିକ ଅସୁବିଧା ହେଉଛି ମୁଖ୍ୟ କାରଣ ବୋଲି ପଡୋଶୀ କହିଛନ୍ତି l ଶିଶୁମାନେ କିପରି ଆଗକୁ ସରକାରଙ୍କ ସମସ୍ତ ସୁବିଧା ପାଇବେ ଓ କିପରି ପଢ଼ିପାରିବେ ସେ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରି ଆଲୋଚନା କରିବେ ବୋଲି ଶ୍ରୀ ରଣା ଶିଶୁ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି l ସେମାନେ ଆଗକୁ କିପରି ପଢ଼ିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଏହି ସମୟରେ ସ୍ବେଛାସେବୀ ତୁଲାରାମ ରଣା, ଶିଶୁ ମାନଙ୍କ ଭଉଣୀ, ଭେଣେଇ ଓ ପଡିଶା ର ଲୋକେ ଉପସ୍ଥିତ ଥିଲେ l