ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁ ପ୍ରାଣିତ ହୋଇ ଦୀନ, ଦୁଃଖୀ ମାନଙ୍କ ସେବାରେ ସବୁବେଳେ ନିଜକୁ ନିୟୋଜିତ କରୁଥିବା ଭଳି ଜଣେ ଯୁବ ନେତା ହେଉଛନ୍ତି ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଏହାବାଦ ବିଜୁ ଜନତା ଦଳର ସାଂଗଠାନିକ ଅଭିବୃଦ୍ଧି ପାଇଁ ସବୁବେଳେ ତତ୍ପର ରହି ଆସିଛନ୍ତି ଶ୍ରୀ ଠାକୁର। ଏହି କ୍ରମରେ ସ୍ବର୍ଗତ ନବ କିଶୋର ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ କଳାହାଣ୍ଡି ଜିଲ୍ଲା ନବ ଦାସ ପ୍ରେମୀ ତରଫରୁ ଶ୍ରୀ ଠାକୁରଙ୍କ ନେତୃତ୍ଵରେ ଭବାନୀପାଟଣା ସହରର ମାଣିକେଶ୍ବରୀ ବିହାର, ସୀତାବୋର୍ଡି ପଡା, ଶାନ୍ତିନଗର ପଡ଼ାର ମୁଣ୍ଡାପଡା ଆଦି ବିଭିନ୍ନ ବସ୍ତିରେ ଥିବା ଅସହାୟ ଓ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ଠାକୁରଙ୍କ ନେତୃତ୍ଵରେ ମୁନା ବେହେରା, କାମାକ୍ଷ ସିଂହ ଦେଓ, ରୋମାଞ୍ଚଳ ମେହେର, ରବିଚନ୍ଦ୍ର ନାଏକ, ଭୋଳାନାଥ ନାଗ, ଅନିଲ ନିଆଲ ପ୍ରମୁଖ ଯୋଗଦେଇଥିଲେ। ବିଭିନ୍ନ ମହଲରେ ଶ୍ରୀ ଠାକୁର ଓ ତାଙ୍କ ସହଯୋଗୀଙ୍କ ଏଭଳି ମହାର୍ଘ କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.