ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ଇନ୍ଦ୍ରାବତୀ ଉଠାଜଳସେଚନ ମୁଖ୍ୟ କେନାଲ ସୁନାମାଲ ଗାଁ ନିକଟରେ ସେହି ବିଭାଗରେ କାର୍ଯ୍ୟରତ ଜେଇ ଭବାନୀ ଶଙ୍କର ମହନ୍ତ ଙ୍କ ମୃତଦେହ ଉଦ୍ଧାର କରାଯାଇଛି ସେ ଗତକାଲି କାର୍ଯ କୁ ଆସି ଫେରି ନ ଥିଲେ। କେଉଁ ପରିସ୍ଥିତିରେ ତାଙ୍କ ର ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି। ଗତକାଲି ବିଭାଗୀୟ ଅଧିକାରୀମାନେ ଫୋନ୍ ଯୋଗେ ଯୋଗାଯୋଗ କଲା ପର ମୋବାଇଲ ବନ୍ଦ ରହିଥିବା କାରଣ ରୁ ଶୁକ୍ରବାର ଜୟପାଟଣା ଥାନା ରେ ତାଙ୍କ ନିଖୋଜ ଥିବା ସମ୍ପର୍କ ରେ ଅଭିଯୋଗ କରିଥିଲେ। ସେହିଦିନ ସକାଳ ୧୦ ସମୟରେ ସୁନାମାଲ କେନାଲ ରେ ତାଙ୍କ ମୃତଦେହ ଭାସୁଥିବା ଖବର ପାଇ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା। ତାଙ୍କର ବାଇକ ସହିତ ଆଧାର କାର୍ଡ,ପର୍ସ, ଏବଂ କିଛି କାଗଜପତ୍ର କେନାଲ ହୁଡ଼ାରେ ମିଲିଥିଲା।ସେ କୋକସରା ବ୍ଲକ କୁସୁମ ଖୁଣ୍ଟି ଡ଼ିଭିଜନ ରେ କାମ କରୁଥିଲେ। ତାଙ୍କର ନିଜ ଘର ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଳକ ଟାଙ୍ଗବିଲ ବୋଲି ବିଭାଗୀୟ ପକ୍ଷରୁ ସୂଚନା ମିଳିଛି। ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ କେନାଲ ପାଣିରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା କୁ ପଠାଯାଇଥିଲା।ଶଵ ବ୍ୟବଛେଦ ପରେ ମୃତ୍ୟୁର କାରଣ ପଷ୍ଟ ହେବ ବୋଲି ପୋଲିସ କହିଛି।