ନର୍ଲାରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ବ୍ଲକ ସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ଓ ଲିଲି ଦୀପ, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ନର୍ଲା ବ୍ଲକ ସେକ୍ସନ ଅଫିସର ଦିଗ ପଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ସାହିତ୍ୟ ଅଧ୍ୟାପିକା ପ୍ରମୁଖ ମଞ୍ଚାସୀନ ଥିଲେ। ଏବିଡିଓ ଶ୍ରୀ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ ପାଇଁ ଉପକ୍ରମ ଓ ସମସ୍ତ ଓଡିଆ ନିଜ ଭାଷା ଓଡିଆ ଭାଷା ସାହିତ୍ୟ ପ୍ରତି ଅନୁରାଗ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସହ ଓଡିଆ ଭାଷା ପ୍ରତି ରହିଥିବା ମମତା ଓ ଏହାର ସୁଦୂର ପ୍ରସାର ପ୍ରଚାର ପାଇଁ ରହିଥିବା ଆଗ୍ରହ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଅନୀଲ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ରତ୍ନାକର ଧଙ୍ଗଡାମାଝୀ, ନର୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି, କନିଷ୍ଠ ଯନ୍ତ୍ରୀ ବିଚିତ୍ରାନନ୍ଦ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରୁପ୍ରାରୋଡ ସମିତି ସଦସ୍ୟା ଦୀପାଞ୍ଜଳୀ ମାଝୀ, ମିଶନ ଶକ୍ତି ନର୍ଲାର ସଭାପତି ସଙ୍ଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଓ କବି ମାନଙ୍କ ମଧ୍ୟରେ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପି ସର୍ବେଶ୍ୱର ଭୋଇ, ଭାଗବତିଆ କବି ମଧୁସୁଦନ ରାଉତ, ମୋହନ ଭଟ୍ଟ, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଗିରି, ସ୍ୱୟଂ ସହାୟକ ସଂଘର ସଦସ୍ୟା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.