ଗଠନ ହେଲା ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସଂଗଠନ ଗଠନ କରାଯାଇଛି।ରବିବାର ଗୋପାଳପୁର ପଞ୍ଚାୟତର ପ୍ରମୁଖ ପିକନିକ ସ୍ଥଳୀ ଚଢେଇଡିମ୍ ଠାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବ୍ଲକରେ କାର୍ଯ୍ୟରତ ଉଭୟ ପ୍ରିଣ୍ଟ ମିଡ଼ିଆ ଏବଂ ଓ୍ବେବ ମିଡ଼ିଆର ୧୦ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ପରିଚିତ ଗଣମାଧ୍ୟମ ଆଜିବି ଅବହେଳିତ ଏବଂ ଅସୁରକ୍ଷିତ।ଯଦି ଗଣମାଧ୍ୟମର ସ୍ଥିତି ଏଭଳି ରହେ ତେବେ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା ମଧ୍ୟ ବିପଦରେ।ଅଞ୍ଚଳର ବିଭିନ୍ନ ସମସ୍ୟା, ଘଟଣା ଦୁର୍ଘଟଣା ଭଳି ବାସ୍ତବତାର ଚିତ୍ର ଲୋକଲୋଚନକୁ ଆଣିବାର ଭୂମିକାକୁ ସାର୍ଥକ କରିବାର ପ୍ରୟାସ କରିଥାଏ ଗଣମାଧ୍ୟମ ପ୍ରତିନିଧି । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ବ୍ୟକ୍ତିଗତ ସମସ୍ୟାକୁ ଜଳାଞ୍ଜଳି ଦେଇ ଖବର ସଂଗ୍ରହ କରିଥାଏ।ଖରା,ବର୍ଷା ଏବଂ କାକରକୁ ଖାତିର ନକରି ନିଜ କର୍ତ୍ତବ୍ୟ କରିଚାଲିଥାଏ।କେତେକାଂଶରେ ତ ଖବର ସଂଗ୍ରହ ସମୟରେ ଆକ୍ରୋଶର ଶିକାର ହେବାକୁ ପଡିଥାଏ। ଯେଉଁଠି ଜୀବନ ପ୍ରତି ବିପଦର ଆଶଙ୍କା ରହିଥାଏ। ଏପରି ସ୍ଥଳେ ସାମ୍ବାଦିକ ତଥା ତାଙ୍କ ପରିବାରକୁ କିଏ ଦେବ ସୁରକ୍ଷା ଯାହା ଏକ ବଡ ପ୍ରଶ୍ନ।ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଉକ୍ତ ବୈଠକରେ ଏକ ସଂଗଠନ ଗଠନ କରାଯିବା ନେଇ ଆଲୋଚନା ହୋଇଥିଲା। ଥୁଆମୂଳ ରାମପୁର ବ୍ଲକର ଦୈନିକ ଓଡ଼ିଆ ଖବରକାଗଜ ‘ପ୍ରମେୟ’ର ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରିଆ ଏବଂ ଯୁବ ସାମ୍ବାଦିକ ଦୈନିକ ଓଡ଼ିଆ ଖବରକାଗଜ ‘ପ୍ରଗତିବାଦୀ’ର ବ୍ଲକ ପ୍ରତିନିଧି ବୀରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ(ଲାଲଯୋର)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଥୁଆମୂଳ ରାମପୁର ବ୍ଲକର ବରିଷ୍ଠ ସାମ୍ବାଦିକ ସାପ୍ତାହିକ ଖବର କାଗଜ ‘ଏକମାତ୍ର’ ତଥା ‘ଶକ୍ତି ଟିଭି’ର ସବଡିଭିଜନ ପ୍ରତିନିଧି ଅଙ୍ଗଦ ନାଏକ ଅଧ୍ୟକ୍ଷତାରେ ବ୍ଲକର ବରିଷ୍ଠ ସାମ୍ବାଦିକ ‘ସକାଳ’ ଖବର କାଗଜ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା, ଯୁବ ସାମ୍ବାଦିକ ‘କଳିଙ୍ଗ ଟୁଡେ ଲାଇଭ୍’ସୁଶାନ୍ତ କୁମାର ନାଏକ, ଯୁବ ସାମ୍ବାଦିକ ପରିକ୍ଷୀତ ନାଏକ ‘ଟାଇମ୍ସ ଓଡିଆ’, ଯୁବ ସାମ୍ବାଦିକ ଭାନୁ ପ୍ରତାପ ମୁଣ୍ଡ ଦୈନିକ ଖବର କାଗଜ’ସମ୍ବାଦ’, ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ନାଏକ ‘ଶୁଭ କର୍ମ’ ଦୈନିକ ଖବର କାଗଜ, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ନାଏକ ‘ସୁ ସମ୍ବାଦ’, ଯୁବ ସାମ୍ବାଦିକ ମାନସ ନାଏକ ‘କୋରାପୁଟ ପ୍ରଥମ ଖବର’ ପ୍ରମୁଖ ଉପସ୍ଥିତ ଥିଲେ।ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘ ନାମରେ ସଂଗଠନର ନାମ ରଖାଯିବା ପ୍ରସ୍ତାବ ହୋଇଥିବା ବେଳେ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଯାଇଛି। ଏହାପରେ କମିଟି ଗଠନ କରାଯାଇଥିଲା।ଥୁଆମୂଳ ରାମପୁର ବ୍ଲକ ସାମ୍ବାଦିକ ସଂଘର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡାଙ୍କୁ ସମସ୍ତଙ୍କ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଅଙ୍ଗଦ ନାଏକ, ସାଧାରଣ ସମ୍ପାଦକ ଭାବେ ଯୁବ ସାମ୍ବାଦିକ ସୁଶାନ୍ତ କୁମାର ନାଏକ, ସହ ସମ୍ପାଦକ ଭାବେ ସାମ୍ବାଦିକ ପରିକ୍ଷୀତ ନାଏକ, କୋଷାଧ୍ୟକ୍ଷ ଭାବେ ସାମ୍ବାଦିକ ଭାନୁ ପ୍ରତାପ ମୁଣ୍ଡ,ସହ ସମ୍ପାଦକ ଭାବେ ସାମ୍ବାଦିକ ବୀରବଜ୍ରଙ୍ଗ ଚାରୁ ମଜୁମଦାର ନାଏକ ପ୍ରମୁଖଙ୍କ ନାମ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା।ସଂଗଠନର ଉପଦେଷ୍ଟା ତଥା ସକ୍ରିୟ ସଦସ୍ୟ ଭାବେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରିଆ, ପ୍ରଶାନ୍ତ କୁମାର ନାଏକ, ସୁଶାନ୍ତ ନାଏକ, ମାନସ ନାଏକ ଏବଂ ମହେଶ୍ବର ବାଗ ପ୍ରମୁଖ ଜଡ଼ିତ ହୋଇ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.