ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହର ପୋଲିସକୁ ବଡ଼ ସଫଳତା ମିଳିଛି | ଦୁଇ କୁଖ୍ୟାତ ଅନ୍ତ ରାଜ୍ୟ ଅପରାଧୀଙ୍କୁ ଖରିଆର ରୋଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ରହିଛି | ପ୍ରକାଶ ଯେ ଜୋଙ୍କ ଥାନା ବୋଏରଭାଡ଼ି ଗାଁର ପିତମନ ଧାରୁଆ(55)ଙ୍କୁ ଅପରାହ୍ନ 4ଟା .30 ମିରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ମରଣାତ୍ମକ ଅସ୍ତ୍ର ଦେଖାଇ 1500 ଟଙ୍କା, 5 କେ. ଜି ଲୁହା ଓ 8 କେ ଜି ଡିଷ୍ଟଟେମ୍ପର ଲୁଟି ନେଇ ଫେରାର ମାରିଥିଲେ | ଏ ନେଇ ଶ୍ରୀ ଧରୁଆ ଜୋଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଜୋଙ୍କ ପୋଲିସ କେସ ନମ୍ବର 24/2024ରେ ଏକ ମାମଲା ରୁଜୁ କରି ତୁରନ୍ତ ଆକ୍ସନ ମୋଡ଼ରେ ଆସିଯାଇଥିଲା | ଆଇ ଆଇ ସି ଗୁରୁଦେବ କର୍ମୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଥିଲା | ଯେଉଁଥିରେ କନେଷ୍ଟବଳ ପ୍ରଦୀପ କୁମାର ପାଣିଗ୍ରାହୀ, ରାଜେଶ ଗୌଡ଼, ପ୍ରଦୀପ କୁମାର ବାଗ, ଦିଗାମ୍ବର ସତାନାମୀ, ପୁନିତ ରାମ ଶବର ପ୍ରମୁଖ ସାମିଲ ହୋଇଥିଲେ | ତେବେ ଲିଖିତ ଅଭିଯୋଗ ପରେ ପୋଲିସ ତୁରନ୍ତ ଏହି ସ୍ୱତନ୍ତ୍ର ଟିମ ସ୍ଥାନୀୟ ଖୁ୍ଫିୟା ଖବର ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଦୁଇ ଅନ୍ତ ରାଜ୍ୟ ଅପରାଧୀଙ୍କୁ ଗିରଫ କରିଥିଲା | ଏହି ଦୁଇ ଜଣ ଗିରଫ ଅପରାଧୀ ହେଲେ ଛତିଶଗଡ ରାଜ୍ୟ ବିଧାନସଭା ଥାନା ସେମେରିଆ ଗାଁର ସ୍ବର୍ଗତ ସନ୍ତୋଷ କୁମାର ସାହୁଙ୍କ ପୁଅ ସୁବାଷ ଚନ୍ଦ୍ର ସାହୁ (34) ଏବଂ ରିଖିଦାଶ କୋଶଲେ ଙ୍କ ପୁଅ ଦିଗେଶ୍ୱର କୁମାର କୋଶଲେ ( 19) | ତେବେ ପିତାମନଙ୍କୁ ଲୁଟିଥିବା ବେଳେ ଏହି ଦୁଇ ଅପରାଧୀ ଯେଉଁ ମୋଟର ସାଇକେଲର ବ୍ୟବହାର କରିଥିଲେ ତାହା ଚଳିତ ମାସ 1 ତାରିଖରେ ଛତିଶଗଡ ରାଜ୍ୟ ଆରଙ୍ଗ ଥାନା ଅଂଚଳରୁ ଚୋରି କରିଥିଲେ | ଏ ନେଇ ଆରଙ୍ଗ ଥାନାରେ ମଧ୍ୟ କେସ ନମ୍ବର 66/2024ରେ ଚୋରି କେସ ରେଜିଷ୍ଟ୍ରସନ ହୋଇଛି | ଅପରାଧୀଙ୍କ ଠାରୁ ପୋଲିସ ଏକ ମୋଟର ସାଇକେଲ, ଦୁଇଟି ମୋବାଇଲ ଫୋନ, ନଗଦ 1500 ଟଙ୍କା, ମାରଣାତ୍ମକ ଅସ୍ତ୍ର ଓ ଏକ ଡ୍ରାଇଭିଙ୍ଗ ଲାଇସେନ୍ସ ଜବତ କରିଥିଲା | ଏହା ସହିତ ଛତିଶଗଡ ବିଧାନସଭା ଥାନାରେ ସୁବାଷ ଚନ୍ଦ୍ର ସାହୁ ନାମରେ ପୂର୍ବରୁ 10 ଟି କେସ ରେଜିଷ୍ଟର ଅଛି ଓ ତେବେ ଗିରଫ ଏହି ଦୁଇ ଅନ୍ତ ରାଜ୍ୟ ଅପରାଧୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜୋଙ୍କ ଏସ ଆଇ ଅରବିନ୍ଦ ମେହେର ସୂଚନା ପ୍ରଦାନ କରିଛନ୍ତି |