ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକାଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ନିକଟବର୍ତ୍ତୀ ଉଲୁଣ୍ଡା ବ୍ଲକର ମୁଣ୍ଡଘାଟ ଓ ନାୟକପଡା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ପ୍ରାକ ସ୍କୁଲ ଶ୍ରେଣୀର ବାଳକବାଳିକା ମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କ ଗ୍ରୋଥ ମନିଟରିଂକୁ ନିଜେ ପୁନଃ ନିରୀକ୍ଷଣ କରିଥିଲେ। ଏହାସହିତ ଉପସ୍ଥିତ ପରିପୂରକ ପୃଷ୍ଟିକର ଭୋଜନ କାର୍ଯ୍ୟକ୍ରମ ଏବଂ ମମତା ହିତାଧିକାରୀଣୀ ମାନଙ୍କ ସହିତ କଥାବାର୍ତ୍ତା କରି ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏହି ମାତୃକଲ୍ୟାଣ ଯୋଜନାର ସୁଫଳ ସେମାନେ କିଭଳି ପାଉଛନ୍ତି ପଚାରି ବୁଝିଥିଲେ। ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଅଧିକାରୀ, ଅଙ୍ଗନୱାଡି ସୁପରଭାଇଜର ଏବଂ ସମନ୍ଵିତ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ମାନଙ୍କ ଏକ ରିଭୁ ମିଟିଂ କରିଥିଲେ। ଏହି ସଭାରେ ଜିଲ୍ଲାପାଳ ଅନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସଂଯୋଜକ (ପୋଷଣ) ସଂଜୀବ କୁମାର ମିଶ୍ର, ଜିଲ୍ଲା ସଂଯୋଜକ (ମମତା) ପ୍ରତାପ କିଶୋର ପ୍ରଧାନ ଏବଂ ସମ୍ପୃକ୍ତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ବାନାର୍ଜୀ ଏହାପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାରେ କୋଭିଡ ସମୟରେ ଦକ୍ଷତାର ସହିତ ଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.