ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ସଭାପତି ହେଲେ ହିମାଦ୍ରି ପେସନିଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ଭାବେ ଜଣେ ଉଦୟମାନ ଯୁବ ନେତା ହିମାଦ୍ରି ପେସନିଆଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି। ବିଜେଡ଼ି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ବିଜେଡ଼ି ସଭାପତି ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଶ୍ରୀ ପେସନିଆ ଆଗରୁ ବିଭିନ୍ନ ସଂଗଠନ ସହିତ ଯୋଡି ହୋଇ ରହିଥିବା ବେଳେ ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ରହି ସମାଜସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ଧିରେ ଧୀରେ ଜନତାଙ୍କ ସେବାରେ ସାମିଲ ହେବା ପରେ ଦଳ ତାଙ୍କ ଉପରେ ଭରସା କରି ବ୍ଲକ ବିଜେଡ଼ି ସଭାପତି ଦାୟିତ୍ୱ ଅର୍ପଣ କରିଛନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ବିଜେଡି ସଭାପତି ନିଯୁକ୍ତି ଘୋଷଣା କରାଯାଇଛି। ତେବେ ହିମାଦ୍ରି ପେସନିଆ ବିଜେଡି ବ୍ଲକ ସଭାପତି ଘୋଷଣା ପରେ ତାଙ୍କ ସମର୍ଥକ ମହଲରେ ଶୁଭେଛାର ସୁଅ ଛୁଟୁଛି। ଶ୍ରୀ ପେସନିଆଙ୍କୁ ଦଳ ଭରସା କରି ବ୍ଲକ ସଭାପତି ଭାବେ ଦାୟିତ୍ଵ ଅର୍ପଣ କରିଥିବାରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାସ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଛନ୍ତି। ଏଥି ପାଇଁ ଶ୍ରୀ ପେସନିଆ ବ୍ଲକର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.