ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତଠାରେ ହିତାଧିକାରୀମାନଙ୍କୁ ବ୍ୟାଗ୍ ବଣ୍ଟନ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ରେସନ କାର୍ଡ ହିତାଧିକାରୀ ମାନଙ୍କୁ ବ୍ୟାଗ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷ ଜାନକୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେସନ କାର୍ଡ ହିତାଧିକାରୀଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟାଗ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲପାଲି, ତାଲପଦର, ଗୋପାଳପୁର ଗ୍ରାମର ହିତାଧିକାରୀ ମାନେ ଉପସ୍ଥିତ ରହି ଓଡିଶା ସରକାରଙ୍କ ଦ୍ବାରା ଦିଆଯାଇଥିବା ବ୍ୟାଗ୍ ଗ୍ରହଣ କରିଥିଲେ। ଏହି ବ୍ୟାଗ୍ ମାଧ୍ୟମରେ ହିତାଧିକାରୀମାନେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଚାଉଳ, ମାଣ୍ଡିଆ, ଗହମ, ନେବାର ସୁବିଧା ପାଇପାରିବେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୋଗାଣ ସହାୟକ ସୁରେଶ ଚନ୍ଦ୍ର ସାହୁ, ଗ୍ରାମ ରୋଜଗାର ସେବକ ପୂର୍ଣ୍ଣଚନ୍ଦ୍ର ପୁଝାରୀ ସହଯୋଗ କରିଥିଲେ। ଏଥିରେ ୱାର୍ଡ ସଭ୍ୟ ସଭ୍ୟା ତଥା ପୂର୍ବତନ ସମିତି ସଭ୍ୟା ପ୍ରତିନିଧି ଦୃବ ଚରଣ ସାହୁ, ଧନେଶ୍ଵର ପୁଞ୍ଜି, କ୍ଷୀର ମୋହନ ବାଗ, ନାଏବ ସରପଞ୍ଚ ପ୍ରତିନିଧି ବାଲ୍ମୀକି ଶବର ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.