ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବନ ବିଭାଗ ରେଞ୍ଜରେ ନୂତନ ରେଞ୍ଜର ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାଗର ରାଜ ନାୟକ। ସେ ଟ୍ରେନିଂ ସାରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ରେଞ୍ଜର ଥିବା ସଂଘମିତ୍ରା ଭୋଇଙ୍କୁ ଏସିଏଫ ଭାବରେ ପ୍ରମୋସନ ହୋଇ ଭୂବାନୀପାଟଣା ଅଫିସ ଆରସିସିଏଫଙ୍କୁ ବଦଳି ହୋଇଛି। ନୂତନ ରେଞ୍ଜର ଶ୍ରୀ ନାୟକ ଯୋଗଦାନ କରିବା ପରେ ଜଙ୍ଗଲ ସୁରକ୍ଷା, ବେଆଇନ କାଠ ଚୋରା ଚାଲାଣକୁ ରୋକାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଯୋଗଦାନ ସମୟରେ ଫରେଷ୍ଟର, ଗାର୍ଡ, ପାରା ଫରେଷ୍ଟ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ।