ତୃତୀୟ ଜୟ ମା’ ମାଣିକେଶ୍ବରୀ ଟି-୧୦ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ନକଟିଗୁଡା ପଡିଆ ଠାରେ ୟଙ୍ଗ ଇଲେଭେନ କ୍ରିକେଟ କମିଟି ଭବାନୀପାଟଣା ତରଫରୁ ତୃତୀୟ ଜୟ ମା’ ମାଣିକେଶ୍ବରୀ ଟି-୧୦ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଅଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଙ୍ଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି) ଉପସ୍ଥିତ ରହିଥିବାବେଳେ ଅନ୍ୟତମ ଅତିଥି ଭାବରେ ବିଜୁ ଜନତା ଦଳର ଆଦିବାସୀ ଯୁବ ନେତା ଧବଳେଶ୍ୱର ମାଝୀ ଉପସ୍ଥିତ ରହିଥିଲେ I ଅତିଥିମାନଙ୍କ ଦ୍ୱାରା ପ୍ରଥମେ ମା’ ମାଣିକେଶ୍ବରୀଙ୍କ ଫଟୋଚିତ୍ରରେ ଧୂପ, ନଡ଼ିଆ ଦେଇ ପୂଜା କଲାପରେ ମୁଖ୍ୟ ଅତିଥି ଶ୍ରୀ ଦାସ ଫିତା କାଟି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I ପରେ ଦୁଇଦଳର ସମସ୍ତ ଖେଳାଳି ମାନଙ୍କୁ କରମର୍ଦ୍ଦନ କରି ଉତ୍ସIହିତ କରିଥିଲେ ଅତିଥିଗଣ I ଏହି ପ୍ରତିଯୋଗିତାର ପ୍ରଥମ ଖେଳଟି ଜ୍ୟୋତି ଟିମ ଭବାନୀପାଟଣା ଏବଂ ରାଜା ପଡ଼ା ଭଙ୍ଗାବାରୀ ମଧ୍ୟରେ ହୋଇଥିଲା I ଆୟୋଜକ କମିଟି ତରଫରୁ ସିଲୁ ଭାଟି, ସିଧୁ ତାଣ୍ଡି, ସାଗର ଦୀପ, ବଣ୍ଟି ବାଗ, ରୋଶନ ରଞ୍ଜନ ବାଗ, କାହ୍ନI ରାଉତ, ତ୍ରିଭୁବନ ରାଉତ, ସୁଶାନ୍ତ ଗୌଡ଼ ଆଦି ଯୁବକମାନଙ୍କ ଦ୍ୱାରା ଏକତ୍ରିତ ହୋଇ ଲଗାତାର ଭାବରେ ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତାକୁ ଆରମ୍ଭ କରି ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ସେମାନଙ୍କର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଉଥିବାରୁ ମୁଖ୍ୟ ଅତିଥି ଶ୍ରୀ ଦାସ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ଉତ୍ସIହିତ କରିଥିଲେ I

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.