ଖଲ୍ଲିକୋଟ ରାଜ ବଂଶର ଶେଷ ଅସ୍ତମିତ ଜ୍ୟୋତି ରାଣୀମାଙ୍କ ଦେହାନ୍ତ; ସମସ୍ତଙ୍କ ମନରେ ଗଭୀର ଦୁଃଖ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖଲ୍ଲିକୋଟ ରାଜ ବଂଶର ଶେଷ ଅଲିଭା ଜ୍ୟୋତି ତଥା ସମସ୍ତଙ୍କ ପ୍ରିୟ ରାଣୀମାଙ୍କ ଗତକାଲି ରାତ୍ର ୧୨ ଘଣ୍ଟା ୪୪ ମିନଟରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାହାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ, ଚିକିଟି ମନ୍ତ୍ରୀ ତଥା ରାଣୀମାଙ୍କ ଅତିଘନିଷ୍ଟ ବାନ୍ଧବୀ ଉଷାଦେବୀ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସହିତ ଅନ୍ୟାନ୍ୟ ସର୍ବୋଚ୍ଚ ପୋଲିସ, ପଦାଅଧିକାରୀ ଚେନାଇ ହସ୍ପିଟାଲକୁ ଯାଇ ତାଙ୍କୁ ଭେଟି ତାଙ୍କର ଆସୁ ଆରୋଗ୍ୟ କାମନା କରି ଓଡିଶା ଫେରିବାର କିଛି ଘଣ୍ଟା ପରେ ଖଲ୍ଲିକୋଟ ରାଜବଂଶର ଶେଷ ମହାରାଣୀ ଓ ଜଣେ ସୁଧକ୍ଷ ସଂଗଟକ, ଅପ୍ରତିଦ୍ବନ୍ଦି ରାଜନେତ୍ରୀ, ଗରୀବ ଅସହାୟଙ୍କ ଅର୍ଣ୍ଣ ଦାତ୍ରୀ ସହିତ ସମସ୍ତଙ୍କର ପ୍ରିୟ ମାଆର ଯେଉଁ ଡ଼ାକ ତାଙ୍କ ପ୍ରତି ଶୁଣା ଯାଉଥିଲା ସେହି ଡ଼ାକ ଆଉ ଶୁଣି ବାକୁ କେହି ନାହାନ୍ତି | ସେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ ଆଠଥର ଏବଂ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ତରଫରୁ ୨ଥର ବିଧାୟିକା ହୋଇ ରେକର୍ଡ ସୃଷ୍ଟି କରିଥିଲେ | ବିଶେଷ କରି ଯେକୌଣସି ନିର୍ବାଚନ ମଣ୍ଡଳୀର ଲୋକଙ୍କ ଅଭାବ, ଅସୁବିଧାକୁ ଦୁରକରି ବିଭିର୍ଣ୍ଣ ପଞ୍ଚାୟତ ରେ ଶିକ୍ଷା, ରାସ୍ତା, ପାନୀୟ, ଗମନା ଗମନ, ବିଦ୍ୟୁତ, କୋଠଘର, କଲ୍ୟାଣ ମଣ୍ଡପ, ଚାଷ କ୍ଷେତ୍ରରେ ସମସ୍ତ ଙ୍କ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି | ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ତାଙ୍କୁ ବହୁ ବଡ଼ ମନ୍ତ୍ରୀପଦ, ବାଚସ୍ପତି ପଦବି ଯଚା ଯାଇଥିଲେ ମଧ୍ୟ ସେ ଆଗ୍ରହ୍ୟ କରି ଦେଇଥିଲେ | ଗତକାଲି ରାତି ୧୨ ଘଣ୍ଟ ୪୪ ମିନଟ ସମୟରେ ତାଙ୍କର ମୃତ୍ୟୁ ଖବର ପ୍ରସାରିତ ପରେ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ନିର୍ବାଚନ ମଣ୍ଡଳୀ ସହିତ କବିସୂର୍ଯ୍ୟ ନଗର ଏବଂ ଗଞ୍ଜାମ ଜିଲ୍ଲା ଓ ଓଡିଶା ଏବଂ ରାଜ୍ୟ ବାହାରେ ମଧ୍ୟ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି | ତାଙ୍କ ଅସୁସ୍ଥ ଖବର ଶୁଣି ଖଲ୍ଲିକୋଟ ଏନଏସି ର ଅଧକ୍ଷ ଇଂ ନିରଞ୍ଜନ ବେହେରାଙ୍କ ସହିତ ଖଲ୍ଲିକୋଟ ବ୍ଲକ ଅଧକ୍ଷ ଦୈତାରୀ ବେହେରା ପୁରୁଷୋତ୍ତମପୁର ଅଞ୍ଚଳର ଯୁବ ନେତା ସୀତାରାମ ପାଣିଗ୍ରାହୀ ଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ରାଣୀମାଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଛନ୍ତି | ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସୁପାରିଶ ରେ ରାଣୀମାଙ୍କ ପାର୍ଥିବ ଶରୀରକୁ ଓଡିଶାକୁ ଅଣାଯାଇ ବିଧାନସଭା ସମୁଖରେ ଗାର୍ଡ ଅଫ ଅନର ଦିଆଯାଇ ଖଲ୍ଲିକୋଟ ରାଜବାଟିକୁ ଆଣା ଯାଇ ନଗର ପରିଭ୍ରମଣ କରାଯାଇ ଶେଷରେ ପଞ୍ଚ ଭୁତରେ ବିଲୀନ କରାଯିବର ସୂଚନା ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.