ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ସରକାରଙ୍କ ତରଫରୁ ଫେବ୍ରୁଆରୀ ୧୦ ରୁ ୧୯ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଅଭିଯାନ ଚାଲିବାକୁ ରହିଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ମାନେ ଏହି ୧୦ ଦିନ ଧରି ଗାଁ ଗାଁ, ଘରକୁ ଘର ଯାଇ ଫାଇଲେରିଆ ପାଇଁ ମାଗଣାରେ ଔଷଧ ପ୍ରଦାନ କରିବେ। ଫାଇଲେରିଆକୁ ସମୂଳେ ବିନାଶ କରିବା ହେଉଛି ସରକାରଙ୍କ ଏହି ଅଭିଯାନର ଲକ୍ଷ୍ୟ। ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ଜେକେଏସ ସଭାପତି ହରିଶଙ୍କର ମାଝୀ ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଆକାଂକ୍ଷା କର କାର୍ଯ୍ୟକ୍ରମ ପରିଚଳନା କରିବା ସହିତ ଉପସ୍ଥିତ ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତ କରି ସମସ୍ତଙ୍କୁ ଫାଇଲେରିଆ ଔଷଧ ପ୍ରଦାନ କରିଥିଲେ। ଉଲିକୁପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାଲେରିଆ ନିରାକରଣ ଉଦ୍ଘାଟନୀ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଔଷଧ ଖାଇବା ପାଇଁ ଉପସ୍ଥିତ ଥିଲେ। ଫାଇଲେରିଆ ଔଷଧ ବଣ୍ଟନରେ ଫାର୍ମାସିଷ୍ଟ ଧୀରେନ୍ଦ୍ର ରାଉତ, ଷ୍ଟାଫ୍ ନର୍ସ ରାଜଶ୍ରୀ ଆଶ୍ଚର୍ଯ୍ୟ, ଷ୍ଟାଫ୍ ବେଣୁଧର ରଣା ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.