ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ

ଓଡିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ଆଜି ସ୍ଥାନୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶାସ୍ତ୍ରୀ ନଗର ପରିସରରେ ମଧ୍ୟରେ ଚଳିତ ବର୍ଷ ର ଫେଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ନେସନାଲ ପିସ ୟୁନିସନ ଦ୍ୱାରା ପରିଚାଳିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ନିର୍ଦ୍ଧେଶକ ସତ୍ୟ ରଞ୍ଜନ ମିଶ୍ର ଫାଇଲେରିଆ ରୋଗର ଭୟାବହତା ଓ ଏହାର ନିରାକରଣ ସମ୍ବନ୍ଧୀୟ ସବିଶେଷ ଧାରଣା ଯଥା, ଫାଇଲେରିଆ ଓ ବାତଜ୍ୱର କ’ଣ ଓ ଏହା କିପରି ମଶା କାମୁଡିବା ଦ୍ୱାରା ଏହାର ପରଜୀବି ଆମ ଦେହରେ ପ୍ରବେଶ କରିଥାଏ ଏବଂ ଏହା କିଭଳି ଏକ ବର୍ଷ ପରେ ଆମ ଲସିକା ଗ୍ରନ୍ଥି କୁ ନଷ୍ଟ କରିଦିଏ କ୍ରମଶଃ ଏହା କିପରି ଶରୀରର ପ୍ରତିରୋଧକ ଶକ୍ତି କୁ କମାଇ ଦେଇଥାଏ ଏହା ବର୍ଣ୍ଣନା କରି କହିଲେ ଯେ, ଏହି କୀଟାଣୁର ପ୍ରଭାବ ରେ ୧୦ ରୁ ୧୫ ବର୍ଷ ମଧ୍ୟରେ ଶରୀରରେ ଗୋଦରର ଲକ୍ଷଣ ଦେଖାଦେଇ ଚର୍ମ ରେ କ୍ଷତ ଓ ଜ୍ୱର ହେବା ଆରମ୍ଭ ହୋଇଯାଏ। ଏହା ଉଚେରିଆ ବ୍ରାଙ୍କଫଟି ଓ ବୃଜିଆ ମାଲାଈ କୀଟାଣୁ ଦ୍ୱାରା ମଣିଷ ଶରୀର କୁ କିପରି ପ୍ରବେଶ କରେ, ରୋଗ ପୁରୁଣା ହେଲେ ହାତ ପାଦ ଗୋଦର ହୁଏ, ପରୁଷ ମାନଙ୍କ ଅଣ୍ଡକୋଷ ଫୁଲି ଯାଏ, ମହିଳା ଙ୍କ ସ୍ତନ ଫୁଲି ଦରଜ ହେବା, ଧଳା ପରିସ୍ରା ହେବା, ଗୋଦର ଉପରେ ଆବୁ ବାହାରିବା, ଛତୁ ଫୁଟିବା ପରି ଦେଖାଦେବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ଏଣୁ ଏହି ବାତଜ୍ଵର ନିରାକରଣ ପାଇଁ ଭାରତ ସରକାର ଏହାକୁ ଜାତୀୟ କୃମି ଅଭିଯାନ ମାଧ୍ୟମରେ ସମାଜ ର ସମସ୍ତଙ୍କ ଦେହରୁ ବାତଜ୍ଵର କୀଟାଣୁ ନଷ୍ଟ କରିବା ପାଇଁ ଏହି ସାର୍ବଜନୀନ ବାତଜ୍ଵର ଔଷଧ ସେବନ ଵିଧି ପ୍ରାରମ୍ଭ କରାଇଛନ୍ତି ଯାହା ଆଜି ୧୦ ତାରିଖ ଠୁଁ ୧୯ ତାରିଖ ପର୍ଯ୍ୟନ୍ତ ଅଭିଯାନ ରେ କାର୍ଯ୍ୟରତ ଆଶା ମାଁ, ସ୍ୱାସ୍ଥ୍ୟ କର୍ମି, ସ୍ବେଛାସେବୀ, ଅଙ୍ଗନାୱାଡି କର୍ମି ମାନ ଘରକୁ ଘର ବୁଲି ଉଚ୍ଚତା ଓ ମାପବିଧି ଅନୁସାରେ ଫାଇଲେରିଆ ଔଷଧ ସେବନ କରାଇବେ ତେଣୁ ଏହି ଅଭିଯାନ ରେ ଆମେ ସଭିଁ ଙ୍କୁ ଔଷଧ ସେବନ ପାଇଁ ପରାମର୍ଶ ଦେବା। ଉପରୋକ୍ତ ଫାଇଲେରିଆ ଶୁଭ ଉଦଘାଟନ ସମାରୋହରେ ସ୍ୱାସ୍ଥ୍ୟ ଆରୋଗ୍ୟ ସହରାଞ୍ଚଳ କେନ୍ଦ୍ରର ମେଡିକାଲ ଅଫିସର ଡ଼ା ରାକେଶ ମୁଣ୍ଡ, ସ୍ୱାସ୍ଥ୍ୟ କେନ୍ଦ୍ର ଚେୟାରମ୍ୟାନ ଶ୍ରୀ ରବି ରଞ୍ଜନ ପୂଜାରୀ ଅଭିଯାନ ସମ୍ପର୍କିତ ସଭିଙ୍କୁ ସବିଶେଷ ପରାମର୍ଶ ପରାମର୍ଶ ଦେଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଯୋଗାଣକାରି ଶ୍ରୀମତୀ ମାମି ସିଂଦେଓ, ରୋଜାଲିନା ହୋତା, ରୋନି ବଗର୍ତି, ସୂର୍ଯ୍ୟଶ୍ମି ହୋତା, ନିକୁଞ୍ଜବିହାରୀ, ମଣି ଭଦ୍ର ପ୍ରଧାନ, ବିପିନ ବିହାରୀ, ଆଶିଷ ଚନ୍ଦ୍ର ବିଶି, ଜଗଦୀଶ ନାୟକ,ସୌରଭ ପଧାନ, ଖୁସିରାମ ସୁନା, ସସ୍ମିତା ସିଂ, ଆଶା ପାଣ୍ଡିଆ, ଲିଜା ପ୍ରଧାନ,ଲିଲିମା, ଅଞ୍ଜଳି ନାଗ ଇତ୍ୟାଦି ସ୍ୱାସ୍ଥ୍ୟ ସେବା ଯୋଗାଣକାରୀ ସଭ୍ୟସଭ୍ୟା ଉକ୍ତ ଅଭିଯାନରେ ସାମିଲ ହେବା ସହ ଉପସ୍ଥିତ ଜନସାଧାରଣଙ୍କୁ ଫାଇଲେରିଆ ଔଷଧ ଖୁଆଇ ସଭିଙ୍କୁ ଏହି ଔଷଧ ଖାଇବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.