ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ା ସ୍ଥିତ ଜେକେ କାଗଜ କଳ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର କର୍ମକର୍ତ୍ତା ମାନଙ୍କ ମିଳିତ ଉଦ୍ୟମରେ ଫାଇଲେରିଆ ନିରାକରଣ ଅଭିଯାନଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହା ୧୦ ଫେବୃଆରୀ ଠାରୁ ଆରମ୍ଭ କରି ଆଗାମୀ ୧୯ ଫେବୃଆରୀ ୨୦୨୪ ଯାଏଁ ଚାଲିବ। ଏହି ସ୍ବାସ୍ଥ୍ୟ ଜନ ଜାଗରଣ କାର୍ଯ୍ୟକ୍ରମ ରେ ଜେକେ କାଗଜ କଳର ସାମାଜିକ ଦାୟତ୍ୱବୋଧ ଅଧିକାରୀ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହି ଫାଇଲେରିଆ ରୋଗ ଚିକିତ୍ସା ଓ ଆଗାମୀ ଦିନରେ ଏହାକୁ କେବଳ ସତର୍କତା ଦ୍ଵାରା କିପରି ରୋକାଯାଇ ପାରିବ ଏହା ଉପରେ ଜନ ଜାଗରଣ ସୃଷ୍ଟି କରିଥିଲେ। ଆଖପାଖ ଅଞ୍ଚଳରୁ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କର୍ମକର୍ତ୍ତା ମାନଙ୍କ ଦ୍ଵାରା ଆଶା ରଖାଯାଇଛି। ଜେକେ କାଗଜ କଳ ର କର୍ମକର୍ତ୍ତା ଙ୍କ ଦ୍ଵାରା କରାଯାଇଥିବା ଏବଂ ସରକାରଙ୍କ ବିନା ଶୁଳ୍କରେ ଔଷଧ ବିତରଣ କରାଯାଇଛି ଯାହା କର୍ମକର୍ତ୍ତାଙ୍କ ସାମାଜିକ ମୂଲ୍ୟବୋଧକୁ ଦର୍ଶାଉଛି। ଫାଇଲେରିଆ ରୋଗର ମୂଳୋତ୍ପାଟନ ଏହି କାର୍ଯ୍ୟକ୍ରମର ମୂଖ୍ୟ ଲକ୍ଷ୍ୟ ଯାହା ବିଭିନ୍ନ ମହଲରୁ ଅନେକ ଶୁଭେଚ୍ଛା ଓ ପ୍ରଶଂସା ସାଉଁଟିଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା. ସୁନୀଲ ମହାପାତ୍ର, ଆକାଂକ୍ଷୀ ବେନିଆ ଏବଂ ଅନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।