ଚେତାବନୀ ସାହିତ୍ୟ ସଂସଦର ୩୬ତମ ରାଜ୍ୟସ୍ତରୀୟ ପୁଷପୁନି ଭେଟଘାଟ ପୁରସ୍କାର ଘୋଷଣା

କବି ପ୍ରଦୀପ କୁମାର ପଣ୍ଡା ପାଇବେ ସର୍ବୋଚ୍ଚ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ରାଜ୍ୟର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଚେତାବନୀ ସାହିତ୍ୟ ସଂସଦ ର ୩୬ତମ ରାଜ୍ୟସ୍ତରୀୟ ପୁଷପୁନି ଭେଟଘାଟ ଓ ଶିଳ୍ପୀ ସମ୍ବର୍ଦ୍ଧନା ସମାରୋହ ଆସନ୍ତାକାଲି ୧୧ ତାରିଖ ରବିବାର କେସିଙ୍ଗାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମୁକ୍ତ ମଞ୍ଚ ଠାରେ ଅନୁଷ୍ଠିତ ହେବ। ଏ ନେଇ ସଂସଦର କାର୍ଯ୍ୟଳୟ ଠାରେ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହା ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ୨୦୨୩ ମସିହାର ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ପାଉଥିବା ବିଶିଷ୍ଟ ଲେଖକ, ଶିକ୍ଷାବିତ, ସମାଜସେବୀ ଓ କଳାକାରଙ୍କ ନାମ ଘୋଷଣା କରିଛନ୍ତି।

Omkar Vasthu
Omkar Vasthu

ଚେତାବନୀ ସାହିତ୍ୟ ସଂସଦ ସର୍ବୋଚ୍ଚ ସମ୍ମାନ ‘ଦୁର୍ଗାବତୀ ସ୍ମାରକୀ କଳାହାଣ୍ଡି ସାରସ୍ୱତ ସମ୍ମାନ’ ଚଳିତ ବର୍ଷ ଓଡିଶାର ସ୍ବନାମଧନ୍ୟ କବି ପ୍ରଦୀପ କୁମାର ପଣ୍ଡା ପାଇବେ। ଏହି ସମ୍ମାନ ବାବଦରେ ଶ୍ରୀ ପଣ୍ଡାଙ୍କୁ ନଗଦ ଦଶହଜାର ଟଙ୍କା, ମାନପତ୍ର, ସ୍ମୃତି ଫଳକ ଓ ଉପାୟନ ପ୍ରଦାନ କରାଯିବ। ଏହି ସମ୍ମାନ ଅନୁଷ୍ଠାନର ମୁଖପତ୍ର ‘ସାରସ୍ୱତ ସୌମ୍ୟା’ର ଅନ୍ୟତମ ସମ୍ପାଦିକା ବିଶିଷ୍ଟ କବି ନର୍ମଦା ନୀଳୋତ୍ପଳାଙ୍କ ସ୍ୱର୍ଗବାସିନୀ ମାତାଙ୍କ ସ୍ମୃତିରେ ନାମିତ ହୋଇଛି। ଏହି ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥ ରାଶି ତାଙ୍କର ସାନ ଭାଇ ସନ୍ଦୀପ କୁମାର ବିଶ୍ୱାଳ ପ୍ରତି ବର୍ଷ ପ୍ରଦାନ କରିଆସୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏଥି ସହିତ ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ ଶତପଥୀଙ୍କୁ ଚେତାବନୀ ଶିକ୍ଷା ସମ୍ମାନ; କଥା ସାହିତ୍ୟ, କାବ୍ୟ କବିତା ଓ ପ୍ରବନ୍ଧ ସମାଲୋଚନା ପାଇଁ ଯଥାକ୍ରମେ ଡକ୍ଟର ଯଶୋବନ୍ତ ସାମଲ, ପ୍ରୀତିଧାରା ସାମଲ, ଓ ପରମେଶ୍ୱର ମୁଣ୍ଡଙ୍କୁ ‘ଚେତାବନୀ ପ୍ରଜ୍ଞା ସମ୍ମାନ’ରେ ସମ୍ମାନିତ କରାଯିବ।

Udyog Nursery
Udyogi Nursery

ଏତଦବ୍ୟତୀତ ‘କବି ଜ୍ୟୋତି ମିଶ୍ର ଯୁବପ୍ରତିଭା ସମ୍ମାନ’ ପାଇଁ କବି ମୁକୁଲ ମିଶ୍ର ମନୋନୀତ ହୋଇଥିବା ବେଳେ ସବିତା ଭୋଇଙ୍କୁ ‘କବି ପାର୍ଥ ବିଶି କିଶୋର ସାହିତ୍ୟ ସମ୍ମାନ’, ସୁଶୀଲ କୁମାର ବାଗଙ୍କୁ ‘କବି ଲଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ’, ପବିତ୍ର ଶବରଙ୍କୁ ‘ଚେତାବନୀ ସେବା ସମ୍ମାନ’, ଡକ୍ଟର ସେନାପତି ପ୍ରଦ୍ୟୁମ୍ନକେଶରୀଙ୍କୁ ‘ଚେତାବନୀ ସୁହୃଦ ସମ୍ମାନ’ ପ୍ରଦାନ କରାଯିବ। ଏହି ଅବସରରେ ନିକଟ ଅତୀତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିବା ଯୁବ କଥାକାର ଡିଲେଶ୍ୱର ରଣା ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ବିରଞ୍ଚି ନାରାୟଣ ବାହିନୀପତିଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ସାହିତ୍ୟ ସଂସଦର ସଂପାଦକ ରଞ୍ଜନ ପଣ୍ଡା, ଉପସଭାପତି ରୁବି ଚୌଧୁରୀ, ସାଙ୍ଗଠନିକ ସମ୍ପାଦକ ଯାଦବେନ୍ଦ୍ର ସାହା, କୋଷାଧକ୍ଷ ଡମ୍ବରୁଧର ଭୋଇ ଓ ହିମାଞ୍ଚଳ ସାହୁ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.