ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଘାଟିତ

୧୧ ଜଣ ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ଫିଜିକାଲ୍ ସୋସାଇଟିର ୪୦ ତମ ବାର୍ଷିକ ସମ୍ମିଳନୀ ଓ ପଦାର୍ଥ ବିଜ୍ଞାନ ଏବଂ ବାଲିଷ୍ଟିକ୍ କ୍ଷେତ୍ରରେ ସାମ୍ପ୍ରତିକ ଅଗ୍ରଗତି ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କାର୍ଯ୍ୟକ୍ରମର ମୁଖ୍ଯ ପୃଷ୍ଠପୋଷକତା କରିଥିଲେ ଏବଂ ସମ୍ମିଳନୀର ମୂଖ୍ଯ ଅତିଥି ଭାବେ, ପରମାଣୁ ଶକ୍ତି କମିଶନର ଚେୟାରମ୍ୟାନ୍ ତଥା ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ସଚିବ ପ୍ରଫେସର ଅଜିତ କୁମାର ମହାନ୍ତି ଯୋଗ ଦେଇଥିଲେ। ସେ ନିଜ ଉଦବୋଧନରେ ସୌରଶକ୍ତିର ଉପଯୋଗିତା ଶକ୍ତିର ମୁଖ୍ଯ ଉତ୍ସ ହେଉ ଏବଂ ଆଣବିକ ଶକ୍ତିର ଅପବ୍ଯବହାର ନହେଉ ବୋଲି ମତବ୍ୟକ୍ତ କରିଥିଲେ। କୁଳପତି ପ୍ରଫେସର ତ୍ରିପାଠୀ ଏହି ସମ୍ମିଳନୀ ଦ୍ବାରା ଛାତ୍ରଛାତ୍ରୀ ନିଜ ଜ୍ଞାନ ଓ ଗବେଷଣା ପାଇଁ ନୂତନ ଦିଗ ଆହରଣ କରିପାରିବେ ବୋଲି ମତପ୍ରକାଶ କରିଥିଲେ। ସମ୍ମିଳନୀର ପ୍ରମୁଖ ଅତିଥିମାନଙ୍କ ମଧ୍ଯରେ ସମ୍ମାନିତ ଅତିଥି ଭାବେ (ଆଇଟିଆର୍)ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ନିର୍ଦ୍ଦେଶକ ଶ୍ରୀ ହରେକୃଷ୍ଣ ରଥ, ପିଏକ୍ସଇର ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ନାୟକ, ଓଡ଼ିଆ ଫିଜିକାଲ ସୋସାଇଟିର ପ୍ରେସିଡେଣ୍ଟ ପ୍ରଫେସର ରୀତା ପାଇକରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ଜୟରାମ ଏନ୍ ଚେଙ୍ଗାଲୁରୁ, ତଥା ବିଶ୍ଵବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଯୋଗଦେଇ ନିଜର ଉଦବୋଧନ ରଖିଥିଲେ। ପ୍ରଫେସର ରୀତା ପାଇକରାୟ ଓଡ଼ିଶା ଫିଜିକାଲ ସୋସାଇଟି ସବୁବେଳେ ଯୁବ ବୈଜ୍ଞାନିକଙ୍କ ବିକାଶ ଏବଂ ସହାୟକରେ ଚେଷ୍ଟାରତ, ଏଣୁ ପଦାର୍ଥ ବିଜ୍ଞାନରେ ନୂତନ ଗବେଷଣାତ୍ମକ ଅଧ୍ୟୟନ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu


ଏଥିସହ ଏଗାର ଜଣ ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ମାନଙ୍କୁ ସମ୍ମାନିତ କରା ଯାଇଥିଲା। ଯୁବ ବୈଜ୍ଞାନିକ ଭାବରେ, ଡ଼କ୍ଟର ସୁଚିସ୍ମିତା ସାହୁ ଓ ଡ଼କ୍ଟର ହିମାଦ୍ରୀ ତନୟା ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଉଦଘାଟନୀ ଉତ୍ସବ ପରେ ପ୍ରଫେସର ଜୟରାମ ଚେଙ୍ଗାଲୁରୁ, ପ୍ରଫେସର ଭୂପେନ୍ଦ୍ର ଏନ୍ ଦେବ, ପ୍ରଫେସର ଅଜୟ କୁମାର ଘଟକଙ୍କ ଦ୍ବାରା ବିଶିଷ୍ଟ ବୈଜ୍ଞାନିକଙ୍କ ସ୍ମୃତିଚାରଣ କରାଯାଇ, ସେମାନଙ୍କ ଉଦ୍ଦେଶ୍ଯରେ ଗବେଷଣାତ୍ମକ ତଥ୍ଯ ଉପସ୍ଥାପନା କରା ଯାଇଥିଲା। ଓଡ଼ିଶା ତଥା ଅନ୍ଯାନ୍ଯ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପଦାର୍ଥ ବିଜ୍ଞାନ ବିଶେଷଜ୍ଞ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇ ସମ୍ମିଳନୀର ଅଧିବେଶନରେ ଅଂଶଗ୍ରହଣ କରିଥଲେ। ଉଦଘାଟନୀ ଉତ୍ସବକୁ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲା ,ଡ଼କ୍ଟର ଡି କେ ମିଶ୍ର ଓ ଡ଼କ୍ଟର ଆର ବିଶ୍ବାଳ ସଂଯୋଜନା କରିଥିଲେ।
ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦ ସମ୍ମୁଖରେ ବାଲିଷ୍ଟିକ୍ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନର ସ୍ବତନ୍ତ୍ର ବ୍ୟବସ୍ଥା ଆୟୋଜିତ ହୋଇଥିବା ବେଳେ, ମିସାଇଲ୍ ଟେକ୍ନୋଲୋଜିର ଯନ୍ତ୍ର ଏବଂ ମଡେଲଗୁଡିକର ପ୍ରଦର୍ଶନୀ ସ୍ନାତକ ପରିଷଦ ସମ୍ମିଳନୀକକ୍ଷ-୨ ରେ କରାଯାଇଛି। ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ବିଶେଷଜ୍ଞ ଅଧିକାରୀମାନେ ପ୍ରଦର୍ଶନୀରେ ଉପସ୍ଥିତ ହୋଇ କ୍ଷେପଣାସ୍ତ୍ର ଓ ଅନ୍ଯାନ୍ଯ ପ୍ରତିରକ୍ଷାରେ ନିୟୋଜିତ ଯନ୍ତ୍ରର ବ୍ୟବହାର ବିଷୟରେ ଦର୍ଶକମାନଙ୍କୁ ସବିଶେଷ ସୂଚନା ଦେଇଥିଲେ।ଏଥିସହିତ ପ୍ରଥମ ଦିନର ସମ୍ମିଳନୀ ଶେଷରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆସନ୍ତାକାଲି ଏହାର ଦ୍ବିତୀୟ ତଥା ଅନ୍ତିମ ଦିବସ ସହ ଉଦଯାପନୀ ଉତ୍ସବ ପାଳନ କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.