ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜନମାନସରେ ଭକ୍ତି ମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ନାମ ସଂକୀର୍ତ୍ତନ କୁ ରୁଚିକର କରିବା ପାଇଁ ଆଜିଠୁଁ ଆରମ୍ଭ ହେବ ନାମଯଜ୍ଞ l କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ଡ଼ଙ୍ଗରୀଗୁଡା ଖେଳ ପଡିଆ ଠାରେ ଆଜିଠୁଁ ଆରମ୍ଭ ହୋଇଛି ହେରେକୃଷ୍ଣ ହରେରାମ ନାମ ଯଜ୍ଞ l ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ଏହି ପ୍ରାଚୀନ ପରମ୍ପରାକୁ ଆପଣେଇବାକୁ କଳାକାରମାନେ ତତ୍ପରତା ପ୍ରକାଶ କରି କୋକସରା ବ୍ଲକ ଶ୍ରୀଶ୍ରୀ ନିତାୟୀ ଚୈତନ୍ୟ ସଂକୀର୍ତ୍ତନ କଳାକାର ସଙ୍ଘ ଏହି ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖି ଆରମ୍ଭ କରିଛି ଏହି ନାମ ଯଜ୍ଞ l ଏହି୧୦୪ ପ୍ରହରିର କଳସ ଯାତ୍ରା ରେ ମୁଖ୍ୟ କର୍ତ୍ତା କୁର୍ତ୍ତିବାସ ଶବର, ସ୍ବପତ୍ନୀ ତୁଳଶା ଶବର, ଫୁବଗାଁ ସିର୍ଲିଗୁଡା ସହିତ ୧୩ ଟି କର୍ତ୍ତା କଳସ ଧରି ରେଙ୍ଗାଲପାଲି ମୁଦୁରା ନଦୀରୁ ପାଣି ଆଣିଥିଲେ. ରାଜୀବ ଅଗ୍ରୱାଲ, ସ୍ବପତ୍ନୀ ରିତା ଅଗ୍ରୱାଲ, କେତନ ପାତ୍ର ସ୍ୱପତ୍ନୀ ପଦ୍ମିନୀ ପାତ୍ର, ବିକ୍ରମ ଗୁପ୍ତା, ରାଜୁ ଅଗ୍ରୱାଲ କୋକସରା ଏବଂ ୧୧୦୦ ଶହ କଳସ ୨୨ ଗୋଟି ପଞ୍ଚାୟତ ରୁ ମା ଭଉଣୀ ମାନେ ବିଭିନ୍ନ ପଞ୍ଚାୟତର ସଂକୀର୍ତ୍ତନ ଦଳ କଳସ ଯାତ୍ରା ରେ ସାମିଲ ହୋଇଥିଲେ l ବରଗଡ଼ ପଦ୍ମପୁର ଘଣ୍ଟଦଳ ଭବାନୀପାଟଣା ସକ୍ରିଗୁଡା ବାଲିକା ସଂକୀର୍ତନ ଦଳ ଭୁବନେଶ୍ୱର ଭୂଷଣ ପୁର ବୈଷ୍ଣବ ବାବା ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ l ଫେବୃଆରୀ ୧୦ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେଉଥିବା ୧୦୪ ପ୍ରହର ନାମଯଜ୍ଞ ରେ ପରିଚାଳନା କମିଟି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି l ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ଦେବ ଦର୍ଶନ ସହ ମଣ୍ଡପ ପରିକ୍ରମା ଓ ପ୍ରସାଦ ସେବନ, ପାନୀୟଜଳ ର ସୁବ୍ୟବସ୍ଥା କରାଯାଇଛି l ସଂକୀର୍ତ୍ତନ ଦଳ ପାଇଁ ରହଣି ସାଙ୍ଗକୁ ଦର୍ଶନାଭିଳାଷୀ ଙ୍କୁ ଆକୃଷ୍ଟ କରିବା ପାଇଁ ମିନାବଜାର ସାଙ୍ଗକୁ ବ୍ୟବସାୟିକ ଷ୍ଟଲ ମାନ ଦେଖିବାକୁ ମିଳୁଛି l ଶ୍ରୀ ଶ୍ରୀ ନିତାୟୀ ସଂକୀର୍ତନ କଳାକାର ସଙ୍ଘ କୋକସରା ଓ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ଶୃଙ୍ଖଳା ପାଇଁ କୋକସରା ପୋଲିସ ପ୍ରଶାସନ ର ସହଯୋଗ ନିଆଯାଇଛି l