ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ସିନାପାଲି ପଞ୍ଚାୟତରେ ସରପଞ୍ଚ ନୌକେଶ୍ୱର ପୁଟେଲଙ୍କ ଅଧ୍ୟକ୍ଷତାରେ ମୋ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କରେ ଉପସ୍ଥିତ ଜନସମୁଦାୟକୁ ଅବଗତ କରାଇଥିଲେ। ଏଥିରେ ମିଶନ ଶକ୍ତି ସମେତ ବିଭିନ୍ନ ବିଭାଗର ମହିଳାମାନଙ୍କ ଷ୍ଟଲ ଲଗାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ବିଶ୍ୱ ରଞ୍ଜନ ପଣ୍ଡା ପରିଚାଳନା କରିଥିବାବେଳେ ପଂଚାୟତ ପିଇଓ ଗୌରହରି ନାଏକ, ପ୍ରଶାନ୍ତ କୁମାର ନାଏକ, ସହକାରୀ ଯନ୍ତ୍ରୀ ନିକୁଞ୍ଜ ବିହାରୀ ନାଏକ ସମିତି ସଭ୍ୟ ଲୋଚନ ସାହୁ ଏବଂ ସମସ୍ତ ୱାର୍ଡ ସଭ୍ୟ ସହଯୋଗ କରିଥିଲେ।





